ରାଜ୍ୟରେ କରୋନା ନେଲା ଆଉ ୭ଜଣଙ୍କ ଜୀବନ, ୧୪୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
27/07/2020 at 10:33 AM

ଭୁବନେଶ୍ୱର ୨୭।୦୭: ଓଡିଶାରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
3. A 51-year old female of Ganjam district.
— H & FW Dept Odisha (@HFWOdisha) July 27, 2020
4. A 58-year old male of Ganjam district who was also suffering from Diabetes.
5. A 55-year old male of Ganjam district.
6. A 66-year old male of Cuttack district.
ଟ୍ବିଟ୍ ଅନୁଯାୟୀ ୭ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଜଣ, ସୁନ୍ଦରଗଡ଼, କଟକ, ମାଲକାନଗିରି ଓ ଭୁବନେଶ୍ବର ମହାନଗର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସୁନ୍ଦରଗଡ ଜିଲ୍ଲାରୁ ମୃତ ବ୍ୟକ୍ତିଙ୍କ ବୟସ ୬୩ ବର୍ଷ ହୋଇଥିବା ବେଳେ ଭୁବନେଶ୍ୱରୁ ଜଣେ ୪୫ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଗଞ୍ଜାମରୁ ୩ମୃତକଙ୍କ ମଧ୍ୟରୁ ଜଣେ ୫୮ବର୍ଷୀୟ ପୁରୁଷ , ୫୫ ବର୍ଷୀୟ ପୁରୁଷ ସହ ଜଣେ ୫୧ବର୍ଷୀୟ ମହିଳା ରହିଛନ୍ତି । କଟକ ଜିଲ୍ଲାରୁ ଜଣେ ୬୬ବର୍ଷୀୟ ପୁରୁଷ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରୁ ଜଣେ ୫୧ବର୍ଷୀୟ ପୁରୁଷ ରହିଛନ୍ତି ।
7. A 51-year old male of Malkangiri district who was also suffering from Hypertension.
— H & FW Dept Odisha (@HFWOdisha) July 27, 2020
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୮୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୯୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୬୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୬୭୪୪୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।