ଭଲ ଖବର, ସୁସ୍ଥ ହେଲେ ଆଉ ୬୮୧ କରୋନା ଆକ୍ରାନ୍ତ

Published By : Prameya-News7 Bureau | August 02, 2020 IST

ଭୁବନେଶ୍ୱର, ୦୨|୦୮:   ରବିବାର ରାଜ୍ୟରେ ଆଉ ୬୮୧ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୫୪କୁ ବୃଦ୍ଧି ପାଇଛି ।

wp:html /wp:html wp:html /wp:html

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୧ ଜଣ ଥିବା ବେଳେ ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦାରୁ ୬୧, ରାୟଗଡାରୁ ୫୭, ଗଞ୍ଜାମରୁ ୪୩, ସୁନ୍ଦରଗଡରୁ ୩୨, ନୟାଗଡରୁ ୩୦, ସୋନପୁରର ୨୫, କନ୍ଧମାଳରୁ ୨୦, ଢେଙ୍କାନାଳରୁ ୧୮ଜଣ ରହିଛନ୍ତି । ସେହିପରି କେଉଁଝରରୁ ୧୮, ଭଦ୍ରକରୁ ୧୬, ସମ୍ବଲପୁରରୁ ୧୫, ଜଗତସିଂପୁରରୁ ୧୪, ଯାଜପୁରରୁ ୧୪, ଦେବଗଡରୁ ୧୩, ମୟୂରଭଞ୍ଜ ଓ ପୁରୀରୁ ୧୦ ଜଣ ଲେଖାଏଁ, ଝାରସୁଗୁଡା ଓ କଳାହାଣ୍ଡିରୁ ୭ଜଣ ଲେଖାଏଁ, ବଲାଙ୍ଗୀରରୁ ୬, ଅନୁଗୋଳ, ବାଲେଶ୍ୱର ଓ ମାଲକାନଗିରିରୁ ୫ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି । ଏତତ୍ ବ୍ୟତୀତ କେନ୍ଦ୍ରାପଡାରୁ ୪ ଓ ବୌଦ୍ଧରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.