ସୁସ୍ଥ ହେଲେ ଆଉ ୬୪୩ କରୋନା ସଂକ୍ରମିତ, ଗଞ୍ଜାମରୁ ୪୦୭

Published By : Prameya-News7 Bureau | July 23, 2020 IST

ଭୁବନେଶ୍ୱର, ୨୩|୦୭:ରାଜ୍ୟରେ ରେକର୍ଡ ସଂଖ୍ୟକ ୬୪୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୯୨କୁ ବୃଦ୍ଧି ପାଇଛି ।

wp:html /wp:html

ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରୁ ୪୦୭, ଖୋର୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂପୁରରୁ ୧୫, ବରଗଡ ଓ କନ୍ଧମାଳରୁ ୧୪ ଲେଖାଏଁ, ଢେଙ୍କାନାଳରୁ ୧୧, କେଉଁଝରରୁ ୧୧, ଭଦ୍ରକରୁ ୮, ଗଜପତିରୁ ୬, ବଲାଙ୍ଗିର ଓ ଝାରସୁଗୁଡାରୁ ୫ଜଣ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡରୁ ୪ଜଣ ଲେଖାଏଁ, କେନ୍ଦ୍ରାପଡା ଓ କୋରାପୁଟରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୨ ଓ ଅନୁଗୋଳରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୪୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୪୧୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.