ଜଗା କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆହୁରି ପାଖାପାଖି ୫ ବର୍ଷ ଲାଗିବ, ତେବେ ଓଡିଶାରେ ଏବେ ହୋଇପାରିବ ଚିକିତ୍ସା : ଦିଲ୍ଲୀ ଏମ୍ସ

Published By : Prameya-News7 Bureau | August 30, 2018 IST

୩୦|୮: ଜଗା କାଳିଆଙ୍କୁ ସୁସ୍ଥ ହେବା ପାଇଁ ଆହୁରି ପାଖାପାଖି ୫ ବର୍ଷ ଲାଗିବ।  ଏପରି ଏକ ରିପୋର୍ଟ ଜାତୀୟ ଅନୁସୂଚୀତ ଜନଜାତି କମିଶନଂକୁ ଦୀଲ୍ଲି ଏମ୍‌ସ ପକ୍ଷରୁ ଦିଆଯାଇଛି। ତେବେ ବର୍ତ୍ତମାନ ସ୍ଥିତିରେ ଜଗା କାଳିଆଙ୍କ ଚିକିତ୍ସା ଓଡିଶାରେ ହୋଇପାରିବ ବୋଲି ଏମ୍‌ସ ପକ୍ଷରୁ କୁହାଯାଇଛି । ଜଗାକାଳିଆଙ୍କୁ ଏମ୍‌ସରୁ ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ଏମ୍‌ସ ଚାହୁଁଥିବାବେଳେ ଏହାକୁ ବିରୋଧ କରି ଆଇନଜୀବି ଓ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ଅନୁସୂଚୀତ ଜନଜାତି  କମିଶନ ନିକଟରେ ପିଟିସନ ଦାଖଲ କରିଥିଲେ। ଫଳରେ କମିସନଙ୍କ ପକ୍ଷରୁ ଏମ୍‌ସକୁ ରିପୋର୍ଟ ମଗାଯାଇଥିଲା । ରିପୋର୍ଟରେ ଏମ୍‌ସ ଏହି ସୂଚନା ଦେଇଛି । ଅପରପକ୍ଷରେ ଏହି ସୂଚନା ଆଧାରରେ ଆସନ୍ତା ସେପ୍‌ଟେମ୍ବର ୨୦ ତାରିଖ ସୁଦ୍ଧା ନିଜ ପକ୍ଷ ରଖିବା ପାଇଁ ରାଧାକାନ୍ତ ତ୍ରିପାଠୀଙ୍କୁ କମିସନ ପକ୍ଷରୁ କୁହାଯାଇଛି । ରାଧାକାନ୍ତ ସମାନ ଅଭିଯୋଗ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ କରିଥିଲେ । ଏମ୍‌ସ ପକ୍ଷରୁ ସମାନ ତଥ୍ୟ ମାନବାଧିକାର କମିସନଙ୍କୁ ପ୍ରଦାନ କରାଯାଇଛି । ସେପ୍ଟେମ୍ବର 24 ସୁଦ୍ଧା ପକ୍ଷ ରଖିବା ପାଇଁ ରାଧାକାନ୍ତଙ୍କୁ ମାନବାଧିକାର କମିସନ କହିଛନ୍ତି । ଏମ୍‌ସ ପକ୍ଷରୁ ଦୁଇ କମିସନଙ୍କୁ ଦିଆଯାଇଥିବା ରିପୋର୍ଟ ସନ୍ତୋଷଜନକ ନୁହଁ । ଏବେ ବି ଜଗାକାଳିଆ ଏମ୍‌ସରେ ଚିକିତ୍ସା ଆବଶ୍ୟକ କରୁଛନ୍ତି । ତେଣୁ ସେମାନଙ୍କୁ ଅନ୍ୟୂନ ଆଉ ୬ମାସ ଏମ୍‌ସରେ ରଖଯାଉ ବୋଲି ରାଧାକାନ୍ତ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.