ଭଲ ଖବର: ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ସଂକ୍ରମିତ
13/04/2020 at 10:45 PM

ଭୁବନେଶ୍ୱର, ୧୩|୦୪: ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆସିଛି । ଆହୁରି ୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ତାଲିକା ୧୮ରେ ପହଁଚିଛି ।
ସୁସ୍ଥ ହୋଇଥିବା ସମସ୍ତ ସଂକ୍ରମିତ ଭୁବନେଶ୍ୱରର ବୋଲି ଜଣାପଡିଛି ।ସେମାନଙ୍କ କରୋନା ଟେଷ୍ଟ ନେଗେଟିଭ୍ ଆସିଛି ।
ଆଜି ସକାଳେ କଳାହାଣ୍ଡି ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିଲେ । ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିବା ଟ୍ୱିଟ୍ ଜରିଆରେ ସ୍ପଷ୍ଟ କରିଥିଲା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା କଳାହାଣ୍ଡିର ଆକ୍ରାନ୍ତ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩ରେ ପହଞ୍ଚିଥିଲା । ଏବେ ଭୁବନେଶ୍ୱରର ଆଉ ୫ ସଂକ୍ରମିତ ସୁସ୍ଥ ହୋଇ ସଂଖ୍ୟା ୧୮ରେ ପହଁଚିଛି ।
ପୂର୍ବରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏଥିରେ ଭୁବନେଶ୍ୱରର ୭ ଜଣ, ଭଦ୍ରକର ୨ ଜଣ, କଟକ, ପୁରୀ, କଳାହାଣ୍ଡି ଓ ଯାଜପୁରର ଜଣେ ଲେଖାଏଁ ଅଛନ୍ତି ।