ରାଜ୍ୟରେ ଆଉ ୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୬୧କୁ ବୃଦ୍ଧି

Published By : Prameya-News7 Bureau | July 11, 2020 IST

ଭୁବନେଶ୍ୱର, ୧୧|୦୭:  ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି  । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୬୧ରେ ପହଁଚିଛି ।

wp:html /wp:html wp:html /wp:html wp:html /wp:html

ଏହା ମଧ୍ୟରୁ ଗଞ୍ଜାମର ୨ଜଣ ଥିବା ବେଳେ ପୁରୀରୁ ଜଣେ, ଭୁବନେଶ୍ୱର ଓ କଟକର ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମର ୨ ମୃତକ ହେଲେ ୭୨ ବର୍ଷର ବୃଦ୍ଧ ଯିଏକି ମଧୁମେହରେ ପୀଡିତ ଥିଲେ ଓ ୫୫ ବର୍ଷର ଜଣେ ବ୍ୟକ୍ତି । ସେହିପରି ଭୁବନେଶ୍ୱରର ମୃତକ ହେଲେ ୫୬ ବର୍ଷର ବ୍ୟକ୍ତି । ସେ ମଧୁମେହରେ ପୀଡିତ ଥିଲେ ।

ସେହିପରି କଟକ ୪୬ ବର୍ଷର ଆକ୍ରାନ୍ତ ଯିଏ ମଧୁମେହ ଓ ହାଇପରଟେନସନରେ ପୀଡିତ ଥିଲେ ପ୍ରାଣ ହରାଇଛନ୍ତି । ଏତତ୍ ବ୍ୟତୀତ ପୁରୀର ଜଣେ ୭୦ ବର୍ଷର ବୃଦ୍ଧି ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି । ସେ ମଧୁମେହର ଶିକାର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.