ନୂଆଦିଲ୍ଲୀ ୨୭/୦୭ : ଭାରତ-ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଆହୁରି ୪୭ ଚାଇନା ଆପରେ ପ୍ରତିବନ୍ଧକ ଲଗାଇଛନ୍ତି | ସରକାର ଏହା ପୂର୍ବରୁ ୫୯ ଚାଇନା ଆପକୁ ବ୍ୟାନ କରିଥିଲେ | ବର୍ତ୍ତମାନ ସରକାର ୪୭ ଚାଇନା ଆପ ବ୍ୟାନ କରିଛନ୍ତି | ଏମାନଙ୍କ ମଧ୍ୟରୁ ଅଧିକାଂଶ ଆପ ପୂର୍ବରୁ ବ୍ୟାନ ହୋଇଥିବା ଆପର କ୍ଲୋନିଙ୍ଗ ଆପ ବୋଲି କୁହାଯାଉଛି |
ଏହି ୪୭ ଆପ ଦେଶର ଡାଟା ପ୍ରୋଟୋକଲ ଉଲଙ୍ଘନ କରୁଥିବା କୁହାଯାଇଛି ଏବଂ ଏହିସବୁ ଆପ ଡାଟା ଚୋରି କରୁଥିବା ଅଭିଯୋଗ ମଧ୍ୟ ହୋଇଛି | ଏହି ସବୁ ଆପ ୟୁଜର୍ସଙ୍କ ବ୍ୟକ୍ତିଗତ ଓ ଗୋପନ ତଥ୍ୟ ବ୍ୟବହାର କରୁଥିଲେ ଓ ଏମାନେ ଗୋପନୀୟତା ଆଇନ ଉଲଙ୍ଘନ କରିଛନ୍ତି | ଯେଉଁଥିପାଇଁ କେନ୍ଦ୍ର ସରକାର ଏହିସବୁ ଆପକୁ ବ୍ୟାନ କରିଛନ୍ତି |
{"id":306113,"sizeSlug":"large"}ଜୁନ ୨୯ ତାରିଖରେ ଭାରତରେ ୫୯ ଚାଇନା ଆପ ବ୍ୟାନ କରାଯାଇଥିଲା | ବ୍ୟାନ ହୋଇଥିବା ଆପରେ ସାମିଲ ରହିଛି ଟିକଟକ, ୟୁସି ବ୍ରାଉଜର, ସେୟାରଇଟ, ହେଲ, ଲାଇକ, କ୍ୟାମ ସ୍କାନର ଇତ୍ୟାଦି | ଆଇଟି ଆକ୍ଟ ୨୦୦୦ ଅନୁଯାୟୀ ସରକାର ଏହିସବୁ ଆପ ବ୍ୟାନ କରିଥିଲେ |
ଲଦାଖ ଗଲୱାନ୍ ଘାଟିରେ ଜୁନ ୧୫-୧୬ ତାରିଖରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ହିଂସା ଘଟଣାରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ | ଏହାପରେ ଚୀନ ଓ ଚାଇନା ସାମଗ୍ରୀ ସମେତ ଚାଇନା ଆପକୁ ନେଇ ଭାରତୀୟଙ୍କ କ୍ରୋଧ ଉଗ୍ର ରୂପ ନେଇଥିଲା | ସାରା ଦେଶରେ ବିଭିନ୍ନ ସ୍ଥାନରେ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଅଭିଯାନ ଆରମ୍ଭ ହୋଇଥିଲା | ଏହାପରେ ଜୁନ ୨୯ ତାରିଖରେ ସରକାର ୫୯ ଚାଇନା ଆପ ବ୍ୟାନ କରିଦେଇଥିଲେ | ଏଥିରେ ସାମିଲ ଥିଲା ସବୁଠାରୁ ଲୋକପ୍ରିୟ ଆପ ଟିକଟକ |