ଭଲ ଖବର, ସୁସ୍ଥ ହେଲେ ଆଉ ୪୫୭ କରୋନା ସଂକ୍ରମିତ, କରୋନା ଉପରେ ବିଜୟୀଙ୍କ ସଂଖ୍ୟା ୧୨ ହଜାର ଟପିଲା
20/07/2020 at 6:56 PM

ଭୁବନେଶ୍ୱର, ୨୦|୦୭: ରାଜ୍ୟରେ ସୋମବାର ଆଉ ୪୫୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨,୯୦୯ରେ ପହଁଚିଛି ।
The total recovered cases of #Odisha now stand at 12909.
— H & FW Dept Odisha (@HFWOdisha) July 20, 2020
ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରୁ ୧୧୮, ନୟାଗଡରୁ ୫୩, କଟକରୁ ୪୪, ସୁନ୍ଦରଗଡରୁ ୩୮, ଖୋର୍ଧାରୁ ୩୨, ଗଜପତିରୁ ୨୨, ଯାଜପୁରରୁ ୨୦, ନୂଆପଡାରୁ ୧୮, ବାଲେଶ୍ୱରରୁ ୧୭, ମୟୂରଭଞ୍ଜରୁ ୧୫ରହିଛନ୍ତି । ସେହିପରି ଅନୁଗୋଳରୁ ୧୧, କୋରାପୁଟରୁ ୧୧, ମାଲକାନଗିରି ଓ କେନ୍ଦ୍ରାପଡାରୁ ୯ ଜଣ ଲେଖାଏଁ, କେଉଁଝରରୁ ୭, ଝାରସୁଗୁଡାରୁ ୬, ବୌଧରୁ ୫, ଦେବଗଡରୁ ୪, ବରଗଡ, ନବରଙ୍ଗପୁର ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
Another 457 #COVID19 positive patients have recovered and are being discharged on 20.7.2020.
— H & FW Dept Odisha (@HFWOdisha) July 20, 2020
118 from Ganjam
53 from Nayagarh
44 from Cuttack
38 from Sundergarh
32 from Khurdha
22 from Gajapati
20 from Jajpur
18 from Nuapada
17 from Balasore
15 from Mayurbhanj
ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୬୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୧୧୦ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୬ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।