Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

୨୪ ଘଣ୍ଟାରେ ଦେଶରେ ଆଉ ୪୪ ହଜାର ୮୭୯ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ, ଦିଲ୍ଲୀରେ ବେକାବୁ କରୋନା ଭାଇରସ

13/11/2020 at 10:07 AM

ନୂଆଦିଲ୍ଲୀ,୧୩|୧୧:   ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫ରେ ପହଁଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୮୭୯ଟି ନୂଆ ମାମଲା ଆସିଥିବା ବେଳେ ୫୪୭ଜଣ ପ୍ରାଣ ହରାଇଛନ୍ତି । ଏହାସହ ଗୁରୁବାର ୫୬ ହଜାର ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ଏବେସୁଦ୍ଧା କରୋନାରୁ ଦେଶରେ ୮୧ ଲକ୍ଷ ୧୫ ହଜାର ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି କରୋନା ଭାଇରସ ଏବେସୁଦ୍ଧା ୧ ଲକ୍ଷ ୨୮ ହଜାର ୬୮୮ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୪ ଲକ୍ଷ ୮୪ ହଜାର ୫୪୭ଟି ସକ୍ରିୟ କେସ୍ ରହିଛି ।

ଏତତ୍ ବ୍ୟତୀତ ଦେଶର କିଛି ସହରରେ ସକ୍ରିୟ କେସ୍ ବୃଦ୍ଧି ପାଇବାରେ ଲାଗିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ୪୩୫୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୭ଟି ରାଜ୍ୟରେ ଆକ୍ଟିଭ୍ କେସ ବୃଦ୍ଧି ପାଇଥିବା ବେଳେ ୧୬ଟି ରାଜ୍ୟରେ କେସ୍ ବଢିଛି ।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୦୪ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ୭୦୫୩ଟି ନୂଆ କେସ୍ ଚିହ୍ନଟ ହୋଇଛି । ଏବେସୁଦ୍ଧା ଦିଲ୍ଲୀରେ ୪,୬୭,୦୨୮ ମାମଲା ସାମ୍ନାକୁ ଆସିଛି । ଏହାସହ ୪,୧୬,୫୮୦ଜଣ ସୁସ୍ଥ ହୋଇଛନ୍ତି । ମୋଟ୍ ୭୩୩୨ଜଣ ପ୍ରାଣ ହରାଇଥିବା ବେଳେ ୪୩,୧୧୬ଟି ସକ୍ରିୟ କେସ୍ ରହିଛି ।

   Related Posts