ଖୁସି ଖବର, ସୁସ୍ଥ ହେଲେ ଆଉ ୪୦୯୮ କରୋନା ଆକ୍ରାନ୍ତ

Published By : Prameya-News7 Bureau | October 05, 2020 IST

ଭୁବନେଶ୍ୱର, ୦୫ ।୧୦:    ରାଜ୍ୟରେ ସୋମବାର ଆଉ ୪୦୯୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୪୦୦ରେ ପହଁଚିଛି ।

wp:html /wp:html wp:html /wp:html

ଖୋର୍ଧାରୁ ସର୍ବାଧିକ ୭୦୪ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୩୮୬, ବାଲେଶ୍ୱରରୁ ୩୩୬, ନୂଆପଡାରୁ ୨୦୯, ଅନୁଗୋଳରୁ ୧୬୫, ମୟୂରଭଞ୍ଜରୁ ୧୩୯, କେନ୍ଦୁଝରରୁ ୧୩୧, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୨୩, କେନ୍ଦ୍ରାପଡାରୁ ୧୨୩, ଯାଜପୁରରୁ ୧୧୬, ବରଗଡରୁ ୧୧୦, ଢେଙ୍କାନାଳରୁ ୧୦୭, ପୁରୀରୁ ୧୦୪, ସୁନ୍ଦରଗଡରୁ ୮୨, ଝାରସୁଗୁଡାରୁ ୮୧, ନୟାଗଡରୁ ୭୯ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୭୮, କଳାହାଣ୍ଡିରୁ ୭୩, ନବରଙ୍ଗପୁରରୁ ୭୩, ବଲାଙ୍ଗୀରରୁ ୭୦, କୋରାପୁଟରୁ ୬୭, କନ୍ଧମାଳରୁ ୬୫, ବୌଦ୍ଧରୁ ୬୧, ସୋନପୁରରୁ ୪୬, ଗଞ୍ଜାମରୁ ୪୨, ରାୟଗଡାରୁ ୪୨, ଗଜପତିରୁ ୩୬, ମାଲକାନଗିରିରୁ ୨୩, ଦେବଗଡରୁ ୧୫ ଜଣ ଆରୋଗ୍ୟଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.