Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ହାରୁଛି କରୋନା, ଜିତୁଛି ଓଡ଼ିଶା: ରାଜ୍ୟରେ ଆଉ ୪୦୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେ

11/12/2020 at 6:41 PM

ଭୁବନେଶ୍ବର ୧୧/୧୨: କମୁଛି କରୋନା ଗ୍ରାଫ୍‌। ସଂକ୍ରମଣ କମୁଛି, ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ ଗୁରୁବାର ଆଉ ୪୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହ ରାଜ୍ୟରେ ମୋଟ ୩୧୮୨୭୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍‌ କରି ସୂଚନା ଦେଇଛି।

ଶୁକ୍ରବାର  ଖୋର୍ଧାରୁ ସର୍ବାଧିକ ୩୬ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୪, କଟକରୁ ୩୩, ଅନୁଗୋଳରୁ ୩୨, ପୁରୀରୁ ୩୧, ବରଗଡରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗୀରରୁ ୨୫, କେନ୍ଦ୍ରାପଡାରୁ ୧୮, ବାଲେଶ୍ୱରରୁ ୧୭ ଓ ସୁନ୍ଦରଗଡରୁ ୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି ଜଗତସିଂହପୁର, ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ରାୟଗଡାରୁ ୪, ନବରଙ୍ଗପୁରରୁ  ୩, ସୋନପୁରରୁ ୩, ଭଦ୍ରକରୁ ୨, ଦେବଗଡରୁ ୨ ଓ ମାଲକାନଗିରିରୁ ଜଣେ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି ।

   Related Posts