ଭଲ ଖବର : ସୁସ୍ଥ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ

Published By : Prameya-News7 Bureau | July 16, 2020 IST

ଭୁବନେଶ୍ୱର, ୧୬|୦୭:  ଗୁରୁବାର ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

wp:html /wp:html

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ ସର୍ବାଧିକ ୯୮, ଗଞ୍ଜାମରୁ ୮୪, ସୁନ୍ଦରଗଡରୁ ୪୬, ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେଉଁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂପୁରରୁ ୧୭, ଖୋର୍ଧାରୁ ୧୨, ଅନୁଗୋଳରୁ ୮ ରହିଛନ୍ତି । ସେହିପରି ସୋନପୁରରୁ ୭, ବରଗଡରୁ ୬, ସମ୍ବଲପୁରରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଲରୁ ୪, ଭଦ୍ରକ ଓ ବାଲେଶ୍ୱରରୁ ୩ ଜଣ ଲେଖାଏଁ, କଟକରୁ ୨ ଓ ପୁରୀରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୭୭ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.