ଭଲ ଖବର, ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

Published By : Prameya-News7 Bureau | July 21, 2020 IST

ଭୁବନେଶ୍ୱର, ୨୧|୦୭:  ରାଜ୍ୟରେ ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି ।

wp:html /wp:html

ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୧୩୭ ଜଣ ଥିବା ବେଳେ, କଟକର ୫୮, ଖୋର୍ଧାର ୪୬, କୋରାପୁଟର ୪୧, ଯାଜପୁରର ୩୭, କେଉଁଝରର ୧୪, କେନ୍ଦ୍ରାପଡାର ୧୦, ମୟୂରଭଞ୍ଜର ୯, ନୟାଗଡର ୭, ସୁନ୍ଦରଗଡର ୭ ଓ ବରଗଡର ୫ ରହିଛନ୍ତି । ସେହିପରି ଜଗତସିଂପୁର ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୋଳ, କଳାହାଣ୍ଡି ଓ ପୁରୀରୁ ୪ଜଣ ଲେଖାଏଁ, ବୌଦ୍ଧର ୩, ଭଦ୍ରକରୁ ୨, ରାୟଗଡା ଓ ସମ୍ବଲପୁରର ଜଣେ ଲେଖାଏଁ ରହିଛନ୍ତି ।

ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୧୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.