ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୫୪କୁ ବୃଦ୍ଧି

Published By : Prameya-News7 Bureau | April 11, 2020 IST

ଭୁବନେଶ୍ୱର ୧୧।୦୪: ରାଜ୍ୟରେ ଆଉ ଚାରି ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଗତକାଲି  ଦୁଇ  ଜଣଙ୍କ ନମୁନା ପଜିଟିଭ୍ ଆସିଥିବାବେଳେ ଆଜି ଆଉ ଚାରି ଜଣ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି। ପ୍ରଥମେ ସ୍ଵାସ୍ଥ୍ୟ ବିଭାଗର ଓ୍ଵେବସାଇଟରେ କିଛି ସମୟ ପୂର୍ବରୁ ପ୍ରକାଶ ପାଇଥିଲା। ଏବେ ସ୍ଵାସ୍ଥ୍ୟ ବିଭାଗ ଟୁଇଟ୍ କରି ରାଜ୍ୟରେ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛି।  ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ଘଟିଛି।

wp:core-embed/twitter {"url":"https://twitter.com/HFWOdisha/status/1249027545908916224?s=19","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1249027545908916224?s=19
/wp:core-embed/twitter

ସ୍ଵାସ୍ଥ୍ୟ ବିଭାଗର ଓ୍ଵେବ୍‌ସାଇଟ୍ ଅନୁଯାୟୀ ୪୧ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୧୨ ଜଣ ସୁସ୍ଥ  ହୋଇ ସାରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଏହି ଚାରି ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ଘଟିଥିବା ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚାରି ରୋଗୀ କେଉଁ ଅଞ୍ଚଳର, ଏମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି କଣ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।

ସୂଚନା ଅନୁଯାୟୀ ,ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୩୫୪୭ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଆଜି ଅପରାହ୍ନ ସୁଦ୍ଧା ସମୁଦାୟ ୫୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତନ୍ମଧ୍ୟରୁ ୧୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ଚାରି ନୂତନ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ୪୧ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

ଗତକାଲି ରାତିରେ ଚିହ୍ନଟ ହୋଇଥିବା ୨ ଜଣ କୋଭିଡ୍‌ ଆକ୍ରାନ୍ତ(୪୯ ଓ ୫୦ ନମ୍ବର) ପୂର୍ବରୁ ମଧୁସୂଦନ ନଗର, ୟୁନିଟ-୪ ରୁ ଚିହ୍ନଟ ହୋଇଥିବା ରୋଗୀଙ୍କର ନିକଟ ସଂସ୍ପର୍ଶରେ ଆସିଥିଲେ। ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣଙ୍କ  ଠାରେ ଏବେ ସାଧାରଣ ଲକ୍ଷଣ ଦେଖାଯାଉନାହିଁ । ଅନ୍ୟପକ୍ଷରେ  ଆଜି ୧୩୩ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.