ଭଲ ଖବର, ସୁସ୍ଥ ହେଲେ ଆଉ ୩୨୯ କରୋନା ଆକ୍ରାନ୍ତ
31/12/2020 at 7:26 PM

ଭୁବନେଶ୍ବର, ୩୧/୧୨ : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ଦେଖିବାକୁ ମିଳୁଛି । ଓଡିଶାବାସୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଆଗରେ ନିଜର କାୟା ମେଲାଇ ପାରୁ ନାହିଁ ମହାମାରୀ କରୋନା। ଫଳରେ ରାଜ୍ୟରେ କରୋନାର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ।
ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩୨୫୪୩୨କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୁରୁବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Another 329 Covid patients have recovered and are being discharged on 31.12.2020
— H & FW Dept Odisha (@HFWOdisha) December 31, 2020
71 from Sundargarh
40 from Anugul
31 from Sambalpur
29 from Puri
22 from Khordha
17 from Baleswar
17 from Bargarh
12 from Bhadrak
10 from Cuttack
10 from Kendrapara
10 from Keonjhar
ସୁନ୍ଦରଗଡରୁ ସର୍ବାଧିକ ୭୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୪୦, ସମ୍ବଲପୁରରୁ ୩୧, ପୁରୀରୁ ୨୯, ଖୋର୍ଦ୍ଧାରୁ ୨୨, ବାଲେଶ୍ୱରରୁ ୧୭, ବଲଗଡରୁ ୧୭, ଭଦ୍ରକରୁ ୧୨, କଟକରୁ ୧୦, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୧୦, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୭, କଳାହାଣ୍ଡିରୁ ୬, ନୂଆପଡାରୁ ୬, ଝାରସୁଗୁଡାରୁ ୫, ବଲାଙ୍ଗୀରରୁ ୪, ଜଗତସିଂପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୨, ରାୟଗଡାରୁ ୨, ବୌଦ୍ଧ, ଢେଙ୍କାନାଳ, ଗଜପତି, କନ୍ଧମାଳ, ମାଲକାନଗିରି, ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
4 from State Pool
— H & FW Dept Odisha (@HFWOdisha) December 31, 2020
The total recovered cases of Odisha now stand at 325432