୧୨୫ ଛୁଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ବାଲେଶ୍ଵରରୁ ଚିହ୍ନଟ ହେଲେ ତିନ୍

Published By : Prameya-News7 Bureau | April 29, 2020 IST

ଭୁବନେଶ୍ଵର ୨୯।୦୪: ବାଲେଶ୍ଵରରେ ତିନି ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣଙ୍କୁ ମିଶାଇ ବାଲେଶ୍ଵର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ସାରା ରାଜ୍ୟରେ ସେହି ସଂଖ୍ୟା ୧୨୫ ଛୁଇଁଛି। ବାଲେଶ୍ଵରରେ ଚିହ୍ନଟ ତିନି ସଂକ୍ରମିତଙ୍କ ବୟସ ଯଥାକ୍ରମେ  ୪୧, ୪୪ ଏବଂ ୬୩ ବର୍ଷ ବୟସ ବୋଲି ଜଣା ଯାଇଛି। ସେମାନେ ସମସ୍ତେ କୋଲକାତା ଫେରନ୍ତା। ତେବେ କୋଲକାତାରୁ ଫେରିବା ପରେ କାହାରି ଶରୀରରେ କରୋନା ସଂକ୍ରମଣ ଜନିତ ଲକ୍ଷଣ ନଥିଲା। ସେମାନେ କ୍ଵାରେଣ୍ଟାଇନରେ ଥିଲେ। ନମୂନା ପରୀକ୍ଷା ପାଇଁ ଯାଇଥିଲା ଏବଂ ଏବେ ସେହି ରିପୋର୍ଟ ପଜିଟିଭ୍ ଆସିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି।

{"id":262134,"sizeSlug":"large"}

ସୂଚନାଯୋଗ୍ୟ, ଏହି ତିନି ଜଣଙ୍କ ପୂର୍ବରୁ ଆଜି ଅନ୍ୟ ଚାରି ଜଣ କରୋନା ପଜିଟିଭ୍‌ଙ୍କ ସଂପର୍କରେ ସୂଚନା ମିଳିଥିଲା। ଏଥି ମଧ୍ୟରେ ଜଣେ ଭୁବନେଶ୍ଵରରୁ ହୋଇଥିବା ବେଳେ ଅନ୍ୟ ତିନି କେନ୍ଦୁଝର, ଦେବଗଡ ଏବଂ ଝାରସୁଗୁଡା ଜିଲ୍ଲାର। ଅନ୍ୟପକ୍ଷରେ ଭଲ ଖବରଟି ହେଲା ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୯ ଜଣ ସୁସ୍ଥ  ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି  ଏବଂ ୮୬ ଜଣ ଚିକିତ୍ସାଧୀନ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.