ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ହଡପ ମାମଲା : ବନ୍ଧାହେଲେ ଆଉ ୩ ଅଭିଯୁକ୍ତ

Published By : Prameya-News7 Bureau | July 15, 2021 IST

କଳାହାଣ୍ଡି ୧୫।୭: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ହଡପ ମାମଲାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ମାମଲାରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କୋକସରା ବ୍ଲକ୍ ସଂଯୋଜକ ଚନ୍ଦନ ସାହୁ, ବଡପୋଡାଗୁଡା ପିଇଓ ରାଜମୋହନ ଶବର ଓ ଗ୍ରାମ୍ୟ ରୋଜଗାର ସେବକ ହେମନ୍ତ ବଛା । ପୂର୍ବରୁ ପଞ୍ଚାୟତ ଜିରୋ ଟ୍ୟାଗ୍ ସଞ୍ଜୀବ ଦାସ ଗିରଫ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବଡପୋଡାଗୁଡା ପଞ୍ଚାୟତର ୬ ଜଣ ହିତାଧିକାରୀଙ୍କ ୭ ଲକ୍ଷ ୮୦ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ହଡ଼ପ ନେଇ ମାମଲା ରୁଜୁ ହୋଇଥିଲା । ଏ ନେଇ ନ୍ୟୁଜ୍ ସେଭେନରେ ବାରମ୍ବାର ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ। ଏପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.