ଭାରତରେ PUBG ସମେତ ବ୍ୟାନ୍ ହେବ ୨୭୫ ଚାଇନା ଆପ୍ : ସରକାରଙ୍କ ତଦନ୍ତ ଜାରି

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭/୦୭ : ଭାରତରେ ୫୯ ଚାଇନା ଆପ୍ ବ୍ୟାନ୍ କରିବା ପରେ ବର୍ତ୍ତମାନ ସରକାର ଆଉ ୨୭୫ ଚାଇନା ଆପ୍ ବ୍ୟାନ୍ କରିବାକୁ ପ୍ରସ୍ତୁତି କରୁଛନ୍ତି | ଏହିସବୁ ଆପ୍ ନ୍ୟାସନାଲ୍ ସିକ୍ୟୁରିଟି ଓ ୟୁଜର୍ସଙ୍କ ପ୍ରାଇଭେସି ପାଇଁ କୌଣସି ବିପଦ ରହିଛି କି ବୋଲି ସରକାର ଚେକ କରୁଛନ୍ତି | ସୂତ୍ର ଅନୁଯାୟୀ, ଯେଉଁସବୁ କମ୍ପାନୀର ସର୍ଭର ଚୀନରେ ଅଛି ସେହି ସବୁ ଆପ୍ ଉପରେ ପ୍ରଥମେ ରୋକ୍ ଲଗାଇବାକୁ ପ୍ରୟାସ କରାଯାଉଛି |

ସୂତ୍ର ଅନୁଯାୟୀ, ଏହି ୨୭୫ ଆପରେ ଗେମିଙ୍ଗ୍ ଆପ୍ PUBG ମଧ୍ୟ ସାମିଲ୍ ରହିଛି | ଏହା ଚାଇନାର ଭେଲ୍ୟୁବଲ୍ ଇଣ୍ଟରନେଟ୍ Tencent ର ଅଂଶ | ଏହାସହ ଏଥିରେ Xiaomi ଦ୍ୱାରା ତିଆରି ହୋଇଥିବା Zili ଆପ୍, ଇ-କମର୍ସ ଆଲିବାବା କମ୍ପାନୀର Aliexpress ଆପ୍, Resso ଆପ୍ ଏବଂ Bytedance ର ULike ଆପ୍ ମଧ୍ୟ ସାମିଲ ରହିଛି | ଏହି ଡେଭେଲପମେଣ୍ଟ ସହିତ ଜଡିତ ଜଣେ ବ୍ୟକ୍ତି କହିଛନ୍ତି ଯେ ସରକାର ଏହିସବୁ ୨୭୫ ଆପ୍‌କୁ କିମ୍ବା ଏହା ମଧ୍ୟରୁ ଏମିତି କିଛି ଆପ୍‌କୁ ବ୍ୟାନ କରିପାରେ | ଯଦି କୌଣସି ସମସ୍ୟା ନ ଥାଏ ତାହେଲେ କୌଣସି ବି ଆପ୍ ବ୍ୟାନ୍ ହେବନାହିଁ |

ଏହି ସୂତ୍ର ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ଚାଇନା ଆପ୍‌କୁ ଲଗାତାର ରିଭ୍ୟୁ କରାଯାଉଛି | ଏହାସହ ପତା କରିବାକୁ ଚେଷ୍ଟା କରାଯାଉଛି ଯେ ଏହିସବୁ ଆପ୍‌କୁ ଫଣ୍ଡିଙ୍ଗ୍ କେଉଁଠାରୁ ହେଉଛି | ଅଧିକାରୀଙ୍କ କହିବାନୁଯାୟୀ, ଜଣାପଡିଛି ଯେ କିଛି ଆପ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦଜନକ | ଆଉ କିଛି ଆପ୍ ଡାଟା ସେୟାରିଂ ଓ ପ୍ରାଇଭେସି ନିୟମ ଉଲଙ୍ଘନ କରୁଛନ୍ତି |

ରିପୋର୍ଟ ଅନୁଯାୟୀ, ଭାରତ ସରକାର ବର୍ତ୍ତମାନ ଆପ୍ ପାଇଁ ନିୟମ ତିଆରି କରୁଛନ୍ତି ଯାହା ସମସ୍ତଙ୍କୁ ମାନିବାକୁ ହେବ | ଯଦି ଏଭଳି ନ ହୁଏ ତାହେଲେ ସେହି ସବୁ ଆପ୍‌କୁ ବ୍ୟାନ୍ କରିଦିଆଯାଇପାରେ | ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ସରକାରଙ୍କ ଏକ ବଡ ପ୍ଲାନ ଯେପରିକି ସାଇବର୍ ସିକ୍ୟୁରିଟିକୁ ମଜବୁତ କରାଯାଇପାରିବ ଏବଂ ଭାରତୀୟ ନାଗରିକଙ୍କ ଡାଟା ସୁରକ୍ଷିତ ରଖାଯାଇପାରିବ |

ମୋଦି ସରକାର କିଛି ଦିନ ପୂର୍ବରୁ ୫୯ ଚାଇନା ଆପ୍‌କୁ ବ୍ୟାନ୍ କରିଥିଲେ ଯେଉଁଥିରେ ସବୁଠାରୁ ଲୋକପ୍ରିୟ ଟିକ୍‌ଟକ୍ ଆପ ସାମିଲ ଥିଲା | ଏହାଛଡା ଆଲିବାବା,  UCWeb ଓ ୟୁସି ନ୍ୟୁଜ୍ ମଧ୍ୟ ବ୍ୟାନ କରାଯାଇଛି | ଏହାସହ ସେୟାରଇଟ୍ ଓ କ୍ୟାମ୍ ସ୍କାନର ଭଳି ଲୋକପ୍ରିୟ ଆପ୍‌କୁ ମଧ୍ୟ ବ୍ୟାନ୍ କରାଯାଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.