କଟକରୁ ଆଉ ୨୩ କୋଭିଡ୍ ପଜିଟିଭ୍ ଚିହ୍ନଟ, ଶିଶୁ ଭବନରୁ ଜଣେ, ହଟସ୍ପଟ୍ ଜିଲ୍ଲାରୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

Published By : Prameya-News7 Bureau | July 05, 2020 IST

କଟକ, ୦୫|୦୭:  କଟକ ଜିଲ୍ଲାରେ ଆଉ ୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିଶୁ ଭବନରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ସେହିପରି ଏସସିବି ଆଇସୋଲେସନ ଓ୍ୱାର୍ଡରୁ ୪, ୬ ଏସସିବି କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ପୀର ବଜାରରୁ ଜଣେ, ଘରୋଇ ହସ୍ପିଟାଲରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ଚୌଦ୍ୱାରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏତତ୍ ବ୍ୟତୀତ ଆଠଗଡରୁ ୩, ବଡମ୍ବାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ହଟସ୍ପଟ୍ ଜିଲ୍ଲାରୁ କଟକ ଆସିଲା କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରାଯାଇଛି । ବାଲେଶ୍ୱର, ଯାଜପୁର, ଗଜପତି, ଗଞ୍ଜାମରୁ କଟକକୁ ଆସିଲେ ଏଣିକି କ୍ୱାରେଣ୍ଟାଇନରେ ରହିବାକୁ ହେବ । ଖୋର୍ଧା ଜିଲ୍ଲାରୁ ଆସିଲେ ବି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ଆସିଥିବା ବ୍ୟକ୍ତିଙ୍କୁ କଟକ ଓ୍ୱାର୍ଡ ଅଫିସର୍ ଚିହ୍ନଟ କରି କ୍ୱାରେଣ୍ଟାଇନରେ ପଠାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.