ଭଲ ଖବର, ସୁସ୍ଥ ହେଲେ ଆଉ ୨୨୯ କରୋନା ଆକ୍ରାନ୍ତ
4/07/2020 at 4:54 PM

ଭୁବନେଶ୍ୱର, ୦୪|୦୭: ଶନିବାର ରାଜ୍ୟରେ ଆଉ ୨୨୯ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୯୩୪ରେ ପହଁଚିଛି ।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୯୧ ଜଣଥିବା ବେଳେ ଖୋର୍ଧାର ୨୯, ଗଜପତିର ୨୬, ଝାରସୁଗୁଡାରୁ ୧୫, ବଲାଙ୍ଗୀରର ୧୨, ଜଗତସିଂପୁରର ୧୧, ମୟୂରଭଞ୍ଜର ୧୧, ଯାଜପୁରର ୮, କେନ୍ଦ୍ରାପଡାରୁ ୬ ଓ କେଉଁଝରରୁ ୫ଜଣ ରହିଛନ୍ତି । ସେହିପରି ସୁନ୍ଦରଗଡ ଓ କଟକରୁ ୪ଜଣ ଲେଖାଏଁ ଏବଂ ଭଦ୍ରକ ଓ ନୟାଗଡରୁ ୩ଜଣ ଲେଖାଏଁ, ବରଗଡରୁ ଜଣେ ଆକ୍ରାନ୍ତ ରହିଚନ୍ତି ।
4 each from Cuttack and Sundergarh
— H & FW Dept Odisha (@HFWOdisha) July 4, 2020
3 each from Bhadrak and Nayagarh
1 from Baragarh
The total recovered cases of #Odisha now stand at 5934.
(2/2)
ସୂଚନାଯୋଗ୍ୟ, ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୦ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।