ଖୁସି ଖବର, ସୁସ୍ଥ ହେଲେ ଆଉ ୨୦୦୩ କରୋନା ଆକ୍ରାନ୍ତ

Published By : Prameya-News7 Bureau | October 26, 2020 IST

ଭୁବନେଶ୍ଵର ୨୬।୧୦: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଅକ୍ଟୋବର ମାସ ଆରମ୍ଭରୁ ନୂତନ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ଘଟିଛି। ସଂପ୍ରତି ରାଜ୍ୟରେ ଦିନକୁ ୨ ହଜାରରୁ କମ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଅଧିକ ସଂଖ୍ୟାରେ ସଂକ୍ରମିତ ସୁସ୍ଥ ଲାଭ କରୁଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୦୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୧୦୫ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ସୋମବାର ଏହାର ସୂଚନା ଦିଆଯାଇଛି।

wp:html /wp:html wp:html /wp:html

ଖୋର୍ଧାରୁ ସର୍ବାଧିକ ୨୨୯ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୧୫୯, କଟକରୁ ୧୪୧, ସୁନ୍ଦରଗଡରୁ ୧୩୧, ଯାଜପୁରରୁ ୧୧୩, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜରୁ ୧୦୧, କଳାହାଣ୍ଡିରୁ ୯୧, କେନ୍ଦ୍ରାପଡାରୁ ୮୦, ବରଗଡରୁ ୭୮, ବଲାଙ୍ଗୀରରୁ ୭୨, ପୁରୀରୁ ୬୯, କେନ୍ଦୁଝରରୁ ୫୩, କୋରାପୁଟରୁ ୫୩, ଜଗତସିଂହପୁରରୁ ୪୮, ନୂଆପଡାରୁ ୪୭ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଝାରସୁଗୁଡାରୁ ୪୬, ନବରଙ୍ଗପୁରରୁ ୪୫, ସୋନପୁରରୁ ୪୩, ଢେଙ୍କାନାଳରୁ ୩୬, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୩୩, କନ୍ଧମାଳରୁ ୩୧, ମାଲକାନଗିରିରୁ ୨୯, ନୟାଗଡରୁ ୨୪, ଭଦ୍ରକରୁ ୧୭, ରାୟଗଡାରୁ ୧୬, ଦେବଗଡରୁ ୧୩, ବୌଦ୍ଧରୁ ୧୧ ଓ ଗଜପତିରୁ ୫ଜଣ ଆରୋଗ୍ୟଲାଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.