୪୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଏକାଥରେ ୨୦ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ, ଗଞ୍ଜାମରେ ମାଡି ଚାଲିଛି ଭୂତାଣୁ

Published By : Prameya-News7 Bureau | May 11, 2020 IST

ଭୁବନେଶ୍ୱର, ୧୧|୦୫ :   ରାଜ୍ୟରେ ଆହୁରି ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଁଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଗ଼ଞ୍ଜାମର ୧୭ ଜଣ ଥିବା ବେଳେ ସୁନ୍ଦରଗଡରେ ୨ ଓ ବୌଦ୍ଧରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଆଜି ଗୋଟିଏ ଦିନରେ ଏବେସୁଦ୍ଧା ୩୭ଟି ମାମଲା ସାମ୍ନାକୁ ଆସିଛି ।

{"id":268322,"width":826,"height":366,"sizeSlug":"large"}

ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ସୋମବାର ସନ୍ଧ୍ୟାରେ ଏକାଥରେ ୨୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋମବାର ସକାଳେ ରାଜ୍ୟରେ ଆଉ ୧୪ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଆଉ ୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ ୪୧୪ ସଂକ୍ରମିତ ମଧ୍ୟରୁ ୩୨୬ଟି ସକ୍ରିୟ କେସ୍ ଥିବା ବେଳେ ୮୫ଜଣ ସୁସ୍ଥ ହୋଇଛନ୍ତି ।ଏହାସହ ୩ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି । ଗଞ୍ଜାମରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୦ ଅତିକ୍ରମ କରି ୧୫୪ରେ ପହଁଚିଛି । ସେହିପରି ଯାଜପୁରରେ ୬୧ଟି ମାମଲା ରହିଥିବା ବେଳେ ଖୋର୍ଧାରେ ୫୦, ବାଲେଶ୍ୱରରେ ୪୨, ଭଦ୍ରକରେ ୩୧ଟି ମାମଲା ସାମ୍ନାକୁ ଆସିଛି ।  

ସୂଚନାଯୋଗ୍ୟ ଯେ, ରାଜ୍ୟରେ ରବିବାର ବିଭିନ୍ନ ସ୍ଥାନରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ରବିବାର‌ ଚିହ୍ନଟ ହୋଇଥିବା ୮୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩୬ ଜଣ, ଅନୁଗୋଳ ଜିଲ୍ଲାରୁ ୧୫ ଜଣ, ବାଲେଶ୍ବର ଜିଲ୍ଲାରୁ ୧୫ ଜଣ, ଭଦ୍ରକ ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, ବୌଦ୍ଧରୁ ୩ ଜଣ, ପୁରୀ ଜିଲ୍ଲାରୁ ୨ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.