Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବଲାଙ୍ଗୀରରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୮୩୦କୁ ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା

17/05/2020 at 9:48 PM

ବଲାଙ୍ଗୀର, ୧୭|୦୫: ରାଜ୍ୟରେ ଆଉ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ବ୍ୟକ୍ତି ଦ୍ୱୟ ବଲାଙ୍ଗୀରର ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩୦ରେ ପହଁଚିଛି ।

ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଉ ୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ରାଜ୍ୟରେ ୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଯାଏ ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦କୁ ବୃଦ୍ଧି ପାଇଛି। ପଜିଟିଭ ଚିହ୍ନଟଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଳାରୁ ୨୮ ବାଲେଶ୍ବର ଜିଲ୍ଳାରୁ ୧୭ ଗଞ୍ଜାମ ଜିଲ୍ଲାରୁ ୧୫, କଟକ ଜିଲ୍ଲା ୧୨, ପୁରୀ ଜିଲ୍ଲାରୁ ୭, କେନ୍ଦୁଝର ଜିଲ୍ଲାରୁ ୪, ଖୋର୍ଦ୍ଧା ଜିଲ୍ଲାରୁ ୩, ବଲାଙ୍ଗିରୀ ୪, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲୋଖାଏଁ ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି।

କରୋନା ମହାମାରୀ ଆଜି ଗଞ୍ଜାମରେ ଆଉ ଜଣଙ୍କ ଜୀବନ ନେଇଛି। ଏଯାଏ ରାଜ୍ୟରେ କୋରନା ମହାମାରୀରେ ମୃତ୍ୟୁ ସଂଖ୍ୟା ୪କୁ ଛୁଇଁଛି। ଗତ ୨୪ ଘଣ୍ଟାରେ ଆଉ ୨୪ ଜଣ ସୁସ୍ଥ ହେବାପରେ ରାଜ୍ୟରେ ମୋଟ ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୦୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।

   Related Posts