ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୭୯କୁ ବୃଦ୍ଧି

Published By : Prameya-News7 Bureau | July 16, 2020 IST

ଭୁବନେଶ୍ୱର ୧୬।୦୭:  ଚିନ୍ତା ବଢାଇଲାଣି କରୋନା । ଗୋଟିଏ ପଟେ ରାଜ୍ୟରେ ହୁ ହୁ ବଢିଚାଲିଛି କରୋନାରେ ସଂକ୍ରମିତଙ୍କ ସଂଖ୍ୟା ତ ଆଉ ଗୋଟିଏ ପଟେ ପ୍ରାଣ ହରାଉଛନ୍ତି ସଂକ୍ରମିତ । ତେବେ ଆଜି ରାଜ୍ୟରେ ଆଉ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି  । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରେ ମୃତକଙ୍କ ସଂଖ୍ୟା ୭୯ରେ ପହଁଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।

wp:html /wp:html

ଆଜି ଆଜି ମୃତ୍ୟୁବରଣ କରିଥିବା ୨ଜଣ ଯାକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ମୃତକ ଦୁଇଜଣ ମଧ୍ୟ ଅନ୍ୟ ରୋଗରେ ପୀଡିତ ଥିଲେ । ଦୁଇଜଣ ଯାକ ପୁରୁଷ ବୋଲି ଜଣାପଡିଛି । ଜଣଙ୍କ ବୟସ ୫୧ବର୍ଷ ହୋଇଥିବା ବାଳେ ଆଉ ଜଣଙ୍କ ବୟସ ୩୪ ବର୍ଷ ବୋଲି ଜଣାପଡିଛି । ୩୪ ବର୍ଷୀୟ ଯୁବକଜଣକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ୫୧ ବର୍ଷୀୟ ବ୍ୟକ୍ତିଜଣକ ମେଦବହୁଳ ରୋଗରେ ପୀଡ଼ିତ ଥିଲେ। ଫଳରେ ଗଞ୍ଜାମ ଜିଲ୍ଲାର କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୩୯୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:core-embed/wordpress {"url":"http://www.prameyanews7.com/494-more-corona-patient-in-odisha-corona-virus/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/494-more-corona-patient-in-odisha-corona-virus/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.