ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୪୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

Published By : Prameya-News7 Bureau | October 25, 2020 IST

ଭୁବନେଶ୍ବର ୨୫।୧୦: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ୨୪ ଘଣ୍ଟା ମଧ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

wp:html /wp:html

୧୬ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ଅନୁଗୁଳ,ବାଲେଶ୍ବର,ଢ଼େଙ୍କାନାଳ ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ, ପୁରୀ, ମାଲକାନଗିରି,ବରଗଡ଼,ଗଜପତି, ଗଞ୍ଜାମ ଓ କେନ୍ଦୁଝର ଜଣେ ଲେଖାଏଁ ସଂକ୍ରମିତ ଆଖିବୁଜିଛନ୍ତି।

wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୮୧ ହଜାର ୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୭ ହଜାର ୮୮୬ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୬୨ ହଜାର ୦୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୩ ଲକ୍ଷ ୧୮ ହଜାର୦୭୫ ସାମ୍ପୁଲ ଟେଷ୍ଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.