Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଭଲ ଖବର, ସୁସ୍ଥ ହେଲେ ଆଉ ୧୫୨୦ କରୋନା ଆକ୍ରାନ୍ତ

4/11/2020 at 7:48 PM

ଭୁବନେଶ୍ଵର ୦୪।୧୧: ଅକ୍ଟୋବର ପ୍ରାରମ୍ଭରୁ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୨୦୦୦ରୁ କମ ରହିଛି। ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୮୨୦୭୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୨୮୫ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକରୁ ୧୦୨, ଜଗତସିଂହପୁରରୁ ୯୪, ଅନୁଗୋଳରୁ ୮୯, ନୂଆପଡାରୁ ୭୦, ଝାରସୁଗୁଡାରୁ ୬୮, ସୁନ୍ଦରଗଡରୁ ୬୫, ବଲାଙ୍ଗୀରରୁ ୬୩, କେନ୍ଦ୍ରାପଡାରୁ ୫୩ ଓ ବାଲେଶ୍ୱରରୁ ୫୦ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି ଯାଜପୁରରୁ ୪୮, ବରଗଡରୁ ୪୬, ପୁରୀରୁ ୪୫, ଗଞ୍ଜାମରୁ ୩୬, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳରୁ ୨୫, ସୋନପୁରରୁ ୨୫, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୪, ବୌଦ୍ଧରୁ ୧୭, ନବରଙ୍ଗପୁରରୁ ୧୬, ନୟାଗଡରୁ ୧୬, ଦେବଗଡରୁ ୧୧, ରାୟଗଡାରୁ ୧୦ ଓ କନ୍ଧମାଳରୁ ୮ଜଣ ସୁସ୍ଥ ହୋଇଛନ୍ତି ।

ଏତତ୍ ବ୍ୟତୀତ ମାଲକାନଗିରିରୁ ୮ ଓ ଗଜପତିରୁ ୫ଜଣ ଆରୋଗ୍ୟଲାଭ କରିଛନ୍ତି ।

   Related Posts