ଘାରିଛି କରୋନା ରିଟର୍ଣ୍ଣର ଭୟ: ଲକଡାଉନ୍ ଉଠାଇବା ସପକ୍ଷରେ ନାହାଁନ୍ତି ଉଦ୍ଧବ ଠାକରେ, ଆହୁରି ୧୫ ଦିନ ସାବଧାନ

Published By : Prameya-News7 Bureau | May 30, 2020 IST

ମୁମ୍ବାଇ, ୩୦|୦୫: ସାରା ଦେଶରେ ଏବେ ଲକଡାଉନ୍ ୪.୦ ଜାରି ରହିଛି । ଏହା ମେ ୩୧ ଅର୍ଥାତ ରବିବାର ଦିନ ଶରିବାକୁ ଯାଉଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଲକଡାଉନ୍ ୫.୦ ଘୋଷଣା କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଏବେ ବି ଆତଙ୍କ ଥମିନାହିଁ । ମହାରାଷ୍ଟ୍ରରେ ଶାସନାଧିନ ଉଦ୍ଧବ ଠାକରେଙ୍କ ସରକାର ରାଜ୍ୟରୁ ଲକଡାଉନ୍ ହଟାଇବାକୁ ଚାହୁଁନାହାଁନ୍ତି ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୁକ୍ତି ମଧ୍ୟ ବାଢିଛନ୍ତି । ଏନେଇ ସେ ରାଜ୍ୟରେ ଲକଡାଉନକୁ ବୃଦ୍ଧି କରିପାରନ୍ତି ବୋଲି ମଧ୍ୟ ସଙ୍କେତ ଦେଇଛନ୍ତି ।

{"id":278477,"width":687,"height":457,"sizeSlug":"large"}

ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ସହରରେ କରୋନାର ଆତଙ୍କ ଜାରି ରହିଛି । ଏହି ଦୁଇଟି ଅ଼ଞ୍ଚଳ କରୋନା ଭାଇରସର ହଟସ୍ପଟ୍ ପାଲଟିଛି । ଏଠାରେ ପ୍ରତିଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଡିବାରେ ଲାଗିଛି ।

ଉଦ୍ଧବଙ୍କ କହିବାନୁସାରେ, ରାଜ୍ୟରେ କରୋନା ଭାଇରସର ସେକେଣ୍ଡ୍ ଓ୍ୱେବ୍ ଆସିବାର ସମ୍ଭାବନା ରହିଛି । ଚୀନ ଓ କେରଳରେ ଏହା ଦେଖିବାକୁ ମିଳିଛି ।  ରାଜ୍ୟରେ କରୋନା ମାମଲା ହୁହୁ ହୋଇ ବଢିଚାଲୁଛି । ମୁମ୍ବାଇ ଓ ପୁଣେରେ ଏହାର ପ୍ରକୋପ ଜାରି ରହିଛି । ଆହୁରି ୧୫ଦିନ ରାଜ୍ୟବାସୀଙ୍କୁ ସତର୍କ ହୋଇ ରହିବାକୁ ପଡିବ । ତେବେ ଏହି ୧୫ଦିନରେ ଅନେକ କଟକଣାକୁ କୋହଳ କରାଯିବ । ଏହି ଭାଇରରସର କୌଣସି ଟୀକା ନଥିବାରୁ କେବଳ ସାମାଜିକ ଦୂରତା ଦ୍ୱାରା ଏହାକୁ ନିପାତ କରିହେବ । ଏଥିପାଇଁ ଜନସାଧାରଣ ସଚେତନ ହେବା ଆବଶ୍ୟକ । ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏହାସହ ସେ କହିଛନ୍ତି ଯେ, ମୌସୁମୀ ସମୟରେ କରୋନାର ପ୍ରକୋପ ଜାରି ରହିପାରେ । ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇପାରେ । ଏହାକୁ ନଜରରେ ରଖି ସତର୍କ ରଖିବାକୁ ହେବ ବୋଲି ଉଦ୍ଧବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.