ରାଜଧାନୀରୁ ଆଉ ୧୪୯ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୧୪୫

Published By : Prameya-News7 Bureau | August 04, 2020 IST

ଭୁବନେଶ୍ୱର, ୦୪|୦୮: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାସହ ମୋଟ୍ ପଜିଟିଭ୍ ସଂଖ୍ୟା ୩୨୧୭ରେ ପହଁଚିଛି ।

ନୂଆ ପଜିଟିଭ୍ ମଧ୍ୟରୁ ୯୮ଜଣ କ୍ୱାରଣ୍ଟାଇନରେ ଥିବା ବେଳେ ୫୧ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ମଙ୍ଗଳବାର ୧୪୫ଜଣ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭ରେ ପହଁଚିଥିବା ବେଳେ ୧୯୪୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ୧୮ଜଣ ପ୍ରାଣ ହରାଇଥିବା ବେଳେ ୧୨୫୪ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.