Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୪୬୨ ସଂକ୍ରମିତ

3/11/2020 at 8:21 PM

ଭୁବନେଶ୍ଵର ୦୨।୧୧: ଅକ୍ଟୋବର ପ୍ରାରମ୍ଭରୁ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବେ ୧୫୦୦ରୁ କମ ରହିଛି। ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨,୮୦,୫୫୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୩ ସୁସ୍ଥ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୨୮, କେନ୍ଦ୍ରାପଡାରୁ ୧୦୪, ସୁନ୍ଦରଗଡରୁ ୭୭, ଅନୁଗୁଳରୁ ୭୨, ବଲାଙ୍ଗୀରରୁ ୬୫, ପୁରୀରୁ ୫୬, ବାଲେଶ୍ଵରରୁ ୫୪, ଝାରସୁଗୁଡାରୁ ୫୪, ବରଗଡରୁ ୫୩, ଜଗତସିଂହପୁରରୁ ୫୩, ନବରଙ୍ଗପୁରରୁ ୪୭, ଯାଜପୁରରୁ ୪୨, ମୟୂରଭଞ୍ଜରୁ ୪୨, କେନ୍ଦୁଝରରୁ ୪୧, ଗଞ୍ଜାମରୁ ୩୯, ନୂଆପଡାରୁ ୩୬, କଳାହାଣ୍ଡିରୁ ୩୪, ବୌଦ୍ଧରୁ ୩୨, ସମ୍ବଲପୁରରୁ ୩୨, ମାଲକାନଗିରିରୁ ୨୭, ଭଦ୍ରକରୁ ୨୫, କୋରାପୁଟରୁ ୨୪, ନୟାଗଡରୁ ୨୪, ଦେବଗଡରୁ ୧୬, ଢେଙ୍କାନାଳରୁ ୧୫, କନ୍ଧମାଳରୁ ୧୫, ସୋନପୁରରୁ ୧୫ ଓ ଗଜପତି ଜିଲ୍ଲାରୁ ୭ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ  ଆଉ ୧୨୦୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୯୪,୪୧୫ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୨ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୪୫୨ରେ ଛୁଇଁଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ଆରୋଗ୍ୟ ସଂଖ୍ୟା ୨,୮୦,୫୫୩କୁ ବୃଦ୍ଧି ଘଟିଛି। 

   Related Posts