ରାଜ୍ୟରେ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି
10/08/2020 at 11:03 AM

ଭୁବନେଶ୍ବର ୧୦।୮: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ମୃତ ୧୪ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ନୟାଗଡ ଜିଲ୍ଲାରୁ ୩ ଜଣ, ରାୟଗଡା, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ନୟାଗଡ ଜିଲ୍ଲାର ଜଣେ ୩୦ ବର୍ଷ ବୟସ୍କ ପୁରୁଷ ଯିଏ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ । ଜିଲ୍ଲାର ଅନ୍ୟ ଜଣେ ୩୪ ବର୍ଷ ବୟସ୍କ ପୁରୁଷ ଏବଂ ୭୮ ବର୍ଷ ବୟସ୍କ ପୁରୁଷ ।
Regret to inform the demise of fourteen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) August 10, 2020
1. A 30-year old Male of Nayagarh district who was also suffering from Chronic Kidney Disease.
2. A 34-year old male of Nayagarh district.
ଭୁବନେଶ୍ବରର ଜଣେ ୮୪ ବର୍ଷ ବୟସ୍କା ମହିଳା । ଖୋର୍ଦ୍ଧା ଜିଲ୍ଲାର ଜଣେ ୮୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଅନ୍ୟ ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ ।
3. A 78-year old male of Nayagarh district.
— H & FW Dept Odisha (@HFWOdisha) August 10, 2020
4. An 84-year old female of Bhubaneswar.
5. An 82-year old male of Khordha district who was also suffering from Diabetes & hypertension.
6. A 69-year old male of Khordha district who was also suffering from Chronic Kidney Disease
ଗଞ୍ଜାମ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କ ପୁରୁଷ, ଜଣେ ୬୫ ବର୍ଷ ବୟସ୍କ ପୁରୁଷ, ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ , ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ଶେଷ ପର୍ଯ୍ୟାୟ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ ।
7. An 85-year old male of Ganjam district.
— H & FW Dept Odisha (@HFWOdisha) August 10, 2020
8. A 65-year old male of Ganjam district.
9. A 70-year old female of Ganjam district who was also suffering from hypertension.
10. A 50-year old male of Ganjam district who was also suffering from end stage Chronic Kidney Disease.
ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ । ଅନ୍ୟ ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ । ରାୟଗଡା ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ।
11. A 55-year old male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) August 10, 2020
12. A 50-year old male of Ganjam district who was also suffering from Chronic Kidney Disease.
13. A 46-year old male of Rayagada district who was also suffering from Diabetes & hypertension.
ସୁନ୍ଦରଗଡ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ ।
14. A 72-year old male of Sundergarh district who was also suffering from Diabetes.
— H & FW Dept Odisha (@HFWOdisha) August 10, 2020
ସେହିଭଳି ଅନ୍ୟ ରୋଗ କାରଣରୁ ୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି । ବାଲେଶ୍ବର ଜିଲ୍ଲାର ଜଣେ ୨୭ ବର୍ଷ ବୟସ୍କା ମହିଳାଙ୍କର ଆମନିଓଟିକ୍ ଫ୍ଲୁଇଡ୍ ଏମ୍ବୋଲିଜିମ୍ ଯୋଗୁଁ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କା ମହିଳାଙ୍କର ଡିସମ୍ପେନ୍ସେଟେଡ୍ କ୍ରୋନିକ୍ ଲିଭର ରୋଗ, ହେପାଟିକ୍ ଏନସେଫାଲୋପାଥି, ଭେଣ୍ଟ୍ରିକୁଲାର ଟାଚାଇକାର୍ଡିଆ ଯୋଗୁଁ ମୃତ୍ୟୁ ହୋଇଛି ।
Regret to report the demise of two #COVID19 positive patients due to other causes.
— H & FW Dept Odisha (@HFWOdisha) August 10, 2020
1. A 27-year old female of Balasore district who expired due to Amniotic fluid embolism.
2. A 45-year old female of Sundergarh district who expired due to Decompensated Chronic Liver Disease, Hepatic encephalopathy, Ventricular tachycardia.
— H & FW Dept Odisha (@HFWOdisha) August 10, 2020
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭,୪୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୩୩୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧,୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୮୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୧ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬,୬୯,୨୬୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି