Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଭଲ ଖବର, ସୁସ୍ଥ ହେଲେ ଆଉ ୧୩୧୧ କରୋନା ଆକ୍ରାନ୍ତ

8/11/2020 at 8:38 PM

ଭୁବନେଶ୍ଵର ୦୮।୧୧: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଦୈନିକ ମୃତ୍ୟୁ ସଂଖ୍ୟା ଡରାଉଛି। ରାଜ୍ୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ଆଶ୍ଵସ୍ତିକର କଥା ସଂପ୍ରତି ଯେତିକି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାଠୁ ଅଧିକ ସୁସ୍ଥ  ହୋଇ ଘରକୁ ଫେରୁଛନ୍ତି। ତେଣୁ ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୮, ୧୬୮ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୪, ମୟୂରଭଞ୍ଜରୁ ୮୬, ନୂଆପଡାରୁ ୬୭, ଜଗତସିଂହପୁରରୁ ୬୪, ଯାଜପୁରରୁ ୬୨, ପୁରୀରୁ ୫୯, କେନ୍ଦ୍ରାପଡାରୁ ୫୭, ବାଲେଶ୍ୱରରୁ ୫୫, କେନ୍ଦୁଝରରୁ ୫୪, ବଲାଙ୍ଗୀରରୁ ୫୨, ଅନୁଗୋଳରୁ ୪୬, ନବରଙ୍ଗପୁରରୁ ୪୩ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳରୁ ୩୮, ନୟାଗଡରୁ ୩୮, କଳାହାଣ୍ଡିରୁ ୩୭, ସୁନ୍ଦରଗଡରୁ ୩୫, କୋରାପୁଟରୁ ୩୩, ବରଗଡରୁ ୩୨, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୬, ଭଦ୍ରକରୁ ୨୨, ସମ୍ବଲପୁରରୁ ୨୧, ଝାରସୁଗୁଡାରୁ ୨୦, ସୋନପୁରରୁ ୧୭, କନ୍ଧମାଳରୁ ୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

   Related Posts