ଭଲ ଖବର, ସୁସ୍ଥ ହେଲେ ଆଉ ୧୩୧ କରୋନା ଆକ୍ରାନ୍ତ

Published By : Prameya-News7 Bureau | June 26, 2020 IST

ଭୁବନେଶ୍ୱର, ୨୬|୦୬ :   ଶୁକ୍ରବାର ରାଜ୍ୟରେ ଆଉ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି ।

ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୪୩ ଜଣ ଥିବା ବେଳେ, ପୁରୀର ୨୮, ଖୋର୍ଧାର ୨୧, କନ୍ଧମାଳର ୧୨, ଜଗତସିଂପୁରର ୭, ନବରଙ୍ଗପୁରର ୬, କେନ୍ଦ୍ରାପଡାର ୫, ବାଲେଶ୍ୱର ଓ କଟକର ୨ଜଣ ଲେଖାଏଁ ରହିଛନ୍ତି । ଏତତ୍ ବ୍ୟତୀତ ବରଗଡ, ବଲାଙ୍ଗୀର, ଝାରସୁଗୁଡା ଓ ସୁନ୍ଦରଗଡର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

wp:html /wp:html

ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ରାଜ୍ୟରେ ଆଉ ୨୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୮ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୨୦ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.