ରାଜ୍ୟରେ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି
8/08/2020 at 11:44 AM

ଭୁବନେଶ୍ବର ୮।୮: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ମୃତ ୧୨ ଜଣଙ୍କ ମଧ୍ୟରୁ ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ବର, ବରଗଡ, ଗଜପତି, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ବରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।
Regret to inform of the demise of twelve Covid positive patients while under treatment in hospitals.
— H & FW Dept Odisha (@HFWOdisha) August 8, 2020
1. A 60 year old Male of Bargarh district who was also suffering from Diabetes & Hypertension.
ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଭୁବନେଶ୍ବରର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ପାର୍କିନ୍ସଜିମ୍, ବେନିନ୍ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆରେ ମଧ୍ୟ ପୀଡିତ ଥିଲେ ।
2. A 55 year old female of Sundergarh district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 8, 2020
3. A 67 year old male of Bhubaneswar who was also suffering from Hypertension, Parkinsonism, Benign Prostatic Hyperplasia.
ବାଲେଶ୍ବର ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ । କନ୍ଧମାଳ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ, ଅନ୍ୟ ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ ।
4. A 57 year old male of Balasore district who was also suffering from Diabetes.
— H & FW Dept Odisha (@HFWOdisha) August 8, 2020
5. A 55 year old male of Kandhamal district who was also suffering from Diabetes.
6. A 60 year old male of Kandhamal district who was also suffering from Diabetes.
କେନ୍ଦୁଝରର ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନରେ ମଧ୍ୟ ପୀଡିତ ଥିଲେ । ଗଜପତି ଜିଲ୍ଲାର ଜଣେ ୫୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଇସକେମିକ୍ ହୃଦ୍ ରୋଗରେ ପୀଡିତ ଥିଲେ ।
7. A 79 year old male of Keonjhar district who was also suffering from hypertension & atrial fibrillation.
— H & FW Dept Odisha (@HFWOdisha) August 8, 2020
8. A 59 year old male of Gajapati district who was also suffering from Hypertension & Ischemic Heart Disease.
ଗଞ୍ଜାମ ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । କେନ୍ଦୁଝର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ ।
9. A 61 year old female of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 8, 2020
10. A 60 year old male of Keonjhar district who was also suffering from Diabetes, Hypertension & Coronary Artery Disease.
ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ୟୁଟିଆଇରେ ମଧ୍ୟ ପୀଡିତ ଥିଲେ ।
11. A 60 year old male of Bhubaneswar who was also suffering from Chronic Obstructive Pulmonary Disease.
— H & FW Dept Odisha (@HFWOdisha) August 8, 2020
12. A 48 year old male of Ganjam district who was also suffering from Diabetes & UTI.
ସେହିଭଳି ଅନ୍ୟ ରୋଗ କାରଣରୁ ୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ କରୋନାଜନିତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି । ୩ ମୃତକ ଭୁବନେଶ୍ବର, ବାଲେଶ୍ବର ଏବଂ ମୟୁରଭଞ୍ଜ ଜିଲ୍ଲାର । ଭୁବନେଶ୍ବରର ଜଣେ ୭୧ ବର୍ଷ ବୟସ୍କା ମହିଳା ଯାହାର ସେପ୍ଟିକେମିଆ, ଆକ୍ୟୁଟ୍ କିଡନୀ ଆଟାକ୍ ଏବଂ ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ କାରଣରୁ ମୃତ୍ୟୁ ହୋଇଛି ।
Regret to report the demise of three Covid positive patients due to other causes
— H & FW Dept Odisha (@HFWOdisha) August 8, 2020
1.A 71 year old female of Bhubaneswar who expired due to Septicemia, Acute Kidney Injury & Multi Organ Dysfunction Syndrome.
ବାଲେଶ୍ବର ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ଯାହାର ପାନସାଇଟୋପେନିଆ, ରିଫାକ୍ଟରେଟିଭ୍ ଶକ୍ ଏବଂ ଆକ୍ୟୁଟ୍ ଶ୍ବାସକ୍ରିୟା, ଡିଷ୍ଟରେସ୍ ସିଣ୍ଡ୍ରୋମ କାରଣରୁ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯାହାର ସେଲୁଲିଟିସ୍, ସେପ୍ଟିକ୍ ଶକ୍ ଏବଂ ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ କାରଣରୁ ମୃତ୍ୟୁ ହୋଇଛି ।
2.A 55 year old female of Balasore district who expired due to Pancytopenia, refractory shock & Acute Respiratory Distress Syndrome.
— H & FW Dept Odisha (@HFWOdisha) August 8, 2020
3.A 52 year old male of Mayurbhanj district who expired due to Cellulitis, Septic Shock & Multi Organ Dysfunction Syndrome.
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୪୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୧୮୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୮୬୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୫୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୮ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୩୪୦୯୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।