ସ୍ଥାନୀୟ ପ୍ରଶାସନର ଚଢାଉ, ୫୦୦ଟ୍ରିପ ବାଲି ଓ ୬୦ଟ୍ରିପ୍ ମୋରମ ଜବତ

Published By : Prameya-News7 Bureau | July 08, 2020 IST

ଭଦ୍ରକ ୦୮।୦୭: ବେଆଇନ ଭାବେ ଗଛିତ ବାଲି ଓ ମୋରମ ଜବତ ହୋଇଛି । ବୈତରଣୀ ନଦୀର ମଣିନାଥପୁର ନିକଟରେ ଥିବା ବାଲି ଖାଦାନ ନିକଟରେ ଚଢ଼ାଉ କରି ଜବତ କରିଛି ପୋଲିସ । ୫୦୦ଟ୍ରିପରୁ ଅଧିକ ବାଲି ଜବତ ହୋଇଛି । ବାଲି ଖାଦାନକୁ ରାସ୍ତା ନିର୍ମାଣ ପାଇଁ ଥିବା ପ୍ରାୟ ୬୦ ଟ୍ରିପ ମୋରମ ଜବତ ହୋଇଛି ।

{"id":297563,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଣିନାଥପୁର ଥରେ ବୈତରଣୀ ନଦୀ ନିକଟ ଏକ ସ୍ଥାନରେ ଚୋରା ଚାଲାଣ ପାଇଁ ବେଆଇନ ଭାବେ ବାଲି ଗଛିତ ରଖିଥିଲେ ବାଲି ମାଫିଆ । ବାଲି ଚୋରି କରିବା ପାଇଁ ବାଲିଖାଦାନକୁ ରାସ୍ତା ତିଆରି ପାଇଁ ପ୍ରାୟ ୬୦ ଟ୍ରିପ ରୁ ଅଧିକ ମୋରମ ମଧ୍ୟ ରଖାଯାଇଥିଲା ।

{"id":297564,"sizeSlug":"large"}

ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇବା ପରେ  ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲ, ତହସିଲ ଅଧିକାରୀଙ୍କ ସହ ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ  ପୋଲିସ ଫୋର୍ସ ନେଇ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ପୂର୍ବରୁ ମାଫିଆ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସମସ୍ତ ବାଲି ଓ ମୋରମକୁ ଜବତ କରାଯାଇଛି । ଏନେଇ ଭଣ୍ଡାରିପୋଖରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.