Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଚଳନ୍ତା କାରରେ ହଠାତ୍ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଚାଳକ

10/09/2021 at 2:59 PM

ଉତ୍ତରପ୍ରଦେଶ ୧୦/୦୯ : ମୁରାଦାବାଦର ହରିଦ୍ୱାର ହାଇୱେରେ ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ଜଣାପଡିଛି। କାର୍ ଚଳାଉଥିବା ଯୁବକ କୌଣସି ପ୍ରକାରେ ଡେଇଁପଡି ତାଙ୍କ ଜୀବନ ରକ୍ଷା କରିଛନ୍ତି। କାନ୍ତ ରୋଡରେ ଥିବା ଡିଏମ୍ ବାସଭବନ ନିକଟରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବାସଭବନ ସମ୍ମୁଖରେ ଏହି ଘଟଣା ଘଟିଛି। ରାସ୍ତା ମଝିରେ ହଠାତ୍ ଚଳନ୍ତା କାରରେ ନିଆଁ ଲାଗିଯିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲୋକମାନେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାୟ ଅଧ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା। ଏହି ସମୟରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ନିଆଁରେ ଜଳୁଥିବା କାର ପଛରେ ଯାଉଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହଠାତ୍ ସେମାନଙ୍କ ଆଗରେ ଯାଉଥିବା କାରରୁ ଧୂଆଁ ବାହାରିବା ଆରମ୍ଭ କଲା। ସେ କିଛି ବୁଝିବା ପୂର୍ବରୁ କାରରୁ ନିଆଁ ଉଠିବା ଆରମ୍ଭ ହେଲା । କାର ଚଳାଉଥିବା ଯୁବକ ଭୟଭୀତ ହୋଇ ବ୍ରେକ୍ ଲଗାଇ ସେ କାରଟିକୁ ରାସ୍ତାରେ ଛାଡି ପଳାଇ ଯାଇଥିଲେ। କେହି କିଛି କରିବା ପୂର୍ବରୁ କାରଟି ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଥିଲା ।

   Related Posts