ବିଜେଡ଼ି ଛାଡ଼ିଲେ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ

Published By : Prameya-News7 Bureau | April 01, 2019 IST

ଭୁବନେଶ୍ବର ୧/୪: ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ବିଜେଡ଼ିର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ମୋରଡ଼ାରୁ ତାଙ୍କୁ ଟିକଟ ନ ମିଳିବା ଆଶଙ୍କାରେ ସେ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଜେପିର ରାଜକିଶୋର ଦାସ ବିଜେଡ଼ିରେ ଯୋଗ ଦେବା ପରେ ଦଳ ତାଙ୍କୁ ସେଠାରୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରୁଛି। ଏହି ଖବର ଜାଣିବା ପରେ ପ୍ରବୀଣ ଭଞ୍ଜଦେଓ ଆଜି ତାଙ୍କ ଇସ୍ତଫା ପତ୍ର ଦଳର ହାଇ କମାଣ୍ଡଙ୍କ ପାଖକୁ ପଠାଇଦେଇଛନ୍ତି।

ପ୍ରବୀଣ ଭଞ୍ଜଦେଓ ୨୦୦୯ ଓ ୨୦୧୪ରେ ଲଗାତାର ୨ଥର ମୋରଡ଼ା ଆସନରୁ ବିଜେଡ଼ି ଟିକଟରେ ବିଜୟୀ ହୋଇଥିଲେ। ୨୦୦୯ରୁ ୨୦୧୪ ମଧ୍ୟରେ ସେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ମଧ୍ୟ ଥିଲେ। ବାରିପଦା ରାଜପରିବାରର ସଦସ୍ୟ ପ୍ରବୀଣ ଭଞ୍ଜଦେଓ ବିଜେଡ଼ି ଛାଡ଼ିବା ଦଳ ପାଇଁ ଏକ ବଡ଼ ଝଟକା। ସମ୍ଭବତଃ ସେ ବିଜେପିରେ ​‌ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

{"id":99061}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.