ମୋରଡାରେ ମାତିଲେ ଝାଡଖଣ୍ଡି ହାତୀ : ଭାଙ୍ଗିଲେ ଘର, ଛେଳିକୁ କଚାଡି ମାରିଲେ

Published By : Prameya-News7 Bureau | January 16, 2022 IST

ମୋରଡା, ୧୬/୦୧: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ହାତୀ ଆତଙ୍କ । ସନ୍ନ୍ୟାସୀ ଓ ଛାତନା ଗ୍ରାମକୁ ଦନ୍ତାହାତୀ ପ୍ରବେଶ କରି ଘର ଭାଙ୍ଗିବା ସହିତ ଗୃହ ପାଳିତ ପଶୁଙ୍କୁ କଚାଡି ମାରିଛନ୍ତି ।

ରାସଗୋବିନ୍ଦପୁର ରେଞ୍ଜ ଛାତନା ଗ୍ରାମର ଶୁଗୃ ଭକ୍ତା ଓ ଛତନା ଗ୍ରାମର ରବିନ୍ଦ୍ର ସିଂଙ୍କ ଘର ହାତୀପଲ ଭାଙ୍ଗି ଦେଇଛନ୍ତି ।  ରବିନ୍ଦ୍ର ସିଂଙ୍କ ଘରେ ଥିବା ଛେଳିକୁ ଦନ୍ତାହାତୀ କଚାଡି ମାରିଥିଲା । ଘରର ମାଟି କାନ୍ଥକୁ ଭାଙ୍ଗିବା ପରେ ମାଟି ତଳେ ଅନେକ କୁକୁଡ଼ା ଚାପି ମରିଯାଇଥିବା ଜଣାପଡିଛି ।

ଝାଡଖଣ୍ଡି ହାତୀ ଆତଙ୍କରେ ଆତଙ୍କିତ ରାସଗୋବିନ୍ଦପୁର ରେଞ୍ଜ ବାସିନ୍ଦା। ଏହା ସହିତ ଅନେକ ଆଜବେଷ୍ଟସ ଘର ଭାଙ୍ଗିଛନ୍ତି ହାତୀପଲ।  ଘର ଭାଙ୍ଗିବା ସହ ଘରେ ଥିବା ଆସବାବ ପତ୍ର ନଷ୍ଟ କରିବା ସହ ଧାନ ଚାଉଳ ଖାଇ ଯାଇଛନ୍ତି। ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ। ଅନ୍ୟପକ୍ଷରେ ହାତୀ ଘଉଡାଇବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.