ଦେଶରେ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୬ ହଜାର ୧୦୦ ନୂଆ ମାମଲା : ୧ ଲକ୍ଷ ୧୮ ହଜାରରୁ ଅଧିକ ସଂକ୍ରମିତ

Published By : Prameya-News7 Bureau | May 22, 2020 IST

ନୂଆଦିଲ୍ଲୀ ୨୨/୦୫ : ଗତ ୨୪ ଘଣ୍ଟାରେ ଦେଶରେ ପାଖାପାଖି ୬ ହଜାରରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି | ଗୁରୁବାର ସକାଳ ୮ଟା ରୁ ଶୁକ୍ରବାର ସକାଳ ୭ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୧୮ ହଜାର ୪୪୭ ରେ ପହଞ୍ଚିଛି | ଏଥିମଧ୍ୟରୁ ୬୬ ହଜାର ୩୩୦ ଆକ୍ଟିଭ ମାମଲା ଥିବାବେଳେ ୩ ହଜାର ୫୮୩ ଜଣଙ୍କର ମୃତ୍ୟୁ ହୋଇଛି | ୪୮ ହଜାର ୫୩୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ଜଣେ ସଂକ୍ରମିତ ସୁସ୍ଥ ହେବା ପୂର୍ବରୁ ବିଦେଶ ଚାଲି ଯାଇଛନ୍ତି |

ଭାରତ ସମେତ ସାରା ବିଶ୍ୱ କରୋନା ବିରୋଧରେ ଯୁଦ୍ଧ କରୁଛି | ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି | ଅନେକ ଲୋକ ସୁଶସ୍ଥ ହେଉଛନ୍ତି | ଅନେକ ଲୋକ ଜୀବନ ଯୁଦ୍ଧାରେ ହାରିଯାଇ ପ୍ରାଣ ମଧ୍ୟ ହରାଉଛନ୍ତି | ଏହି ଭାଇରସ ଉପରେ ସାରା ବିଶ୍ୱର ଅନେକ ଦେଶର ବୈଜ୍ଞାନିକ ଗବେଷଣା କରୁଛନ୍ତି | ତେବେ ଏହି ସଂକ୍ରମଣ ବିଷୟରେ ଯେତେ ବୁଝିଲେ ମଧ୍ୟ କମ ହେଇଯାଉଛି | ଏହାର ଲକ୍ଷଣ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି |  

ଏବେ ସୁଦ୍ଧା ଆଣ୍ଡାମାନରେ ୩୩, ଆନ୍ଧ୍ର ପ୍ରଦେଶରେ ୨୬୪୭, ଅରୁଣାଚଳ ପ୍ରଦେଶରେ ୧, ଆସାମରେ ୨୦୩, ବିହାରରେ ୧୯୮୨, ଚଣ୍ଡୀଗଡ଼ରେ ୨୧୭, ଛତିଶଗଡ଼ରେ ୧୨୮, ଦାଦରରେ ୧, ଦିଲ୍ଲୀରେ ୧୧୬୫୯, ଗୋଆରେ ୫୨, ଗୁଜରାଟରେ ୧୨୯୦୫, ହରିୟାଣାରେ ୧୦୩୧, ଜାମ୍ମୁ କାଶ୍ମୀରରେ ୧୪୪୯, ଝାରଖଣ୍ଡରେ ୨୯୦, କର୍ଣ୍ଣାଟକରେ ୧୬୦୫, କେରଳରେ ୬୯୦, ମଧ୍ୟ ପ୍ରଦେଶରେ ୫୯୮୧, ମହାରାଷ୍ଟ୍ରରେ ୪୧୬୪୨, ମଣିପୁରରେ ୨୫, ମେଘାଳୟରେ ୧୪, ମିଜୋରାମରେ ୧, ଓଡିଶାରେ ୧୧୮୯, ରାଜସ୍ଥାନରେ ୬୨୨୭, ତାମିଲନାଡୁରେ ୧୩୯୬୭, ଉତ୍ତରାଖଣ୍ଡରେ ୧୪୬, ଉତ୍ତର ପ୍ରଦେଶରେ ୫୫୧୫, ପଶ୍ଚିମବଙ୍ଗରେ ୩୧୯୭, ତେଲେଙ୍ଗାନାରେ ୧୬୯୯, ହିମାଚଳ ପ୍ରଦେଶରେ ୧୫୨ ମାମଲା ସାମ୍ନାକୁ ଆସିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.