ପେଟ୍ରୋଲ ପମ୍ପ୍‌ରେ ଜଳିଗଲା ମୋପେଡ୍, କର୍ମଚାରୀଙ୍କ ତତ୍କାଳ ପଦକ୍ଷେପରୁ ଟଳିଲା ବଡ ଦୁର୍ଘଟଣା

Published By : Prameya-News7 Bureau | February 25, 2020 IST

ଜୟପୁର ୨୫।୨: ଜୟପୁରର ଏକ ଘରୋଇ ପେଟ୍ରୋଲ ପମ୍ପରେ ଅଘଟଣ ଘଟିଛି । ଚାହୁଁ ଚାହୁଁ ଜଳିଯାଇଛି ଗୋଟିଏ ମୋପେଡ୍ । ତେବେ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଅଘଟଣ ଟଳିଯାଇଛି ।

{"id":228925,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ୯ଟା ୩୦ ସମୟରେ ଜଣେ ବ୍ୟକ୍ତି ନିଜ ମୋପେଡ୍ ରେ ପେଟ୍ରୋଲ ଭରିବାକୁ ସ୍ଥାନୀୟ କାଳିଆ ପେଟ୍ରୋଲ ପମ୍ପକୁ ଯାଇଥିଲେ । ସେଠାରେ ପେଟ୍ରୋଲ ଭରିବା ପୂର୍ବରୁ ହିଁ ଏଭଳି ଅଘଟଣ ଘଟିଥିଲା । ଗାଡିର ପେଟ୍ରୋଲ ପାଇପ୍ ପୁରୁଣା ଥିଲା । ଯାହା ଫଳରେ ଏଥିରୁ ପେଟ୍ରୋଲ ଲିକ୍ ହେଉଥିଲା ।

{"id":228926,"sizeSlug":"large"}

ଏହି ସମୟରେ ଇଞ୍ଜିନ ଗରମ ଥିବାରୁ ଏହା ଉପରେ ପେଟ୍ରୋଲ ପଡିବାରୁ ହଠାତ୍ ଗାଡିଟିରେ ନିଆଁ ଲାଗିଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା କର୍ମଚାରୀ ଅଗ୍ନି ନିର୍ବାପକ ସହ ବାଲି ଓ ପାଣି ଦ୍ବାରା ନିଆଁକୁ ଆୟତ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.