ପରିକ୍ରମଣ କକ୍ଷରେ ହଲଚଲ ହେଉଛି ‘ଚନ୍ଦ୍ର’ ! ବିଶ୍ୱଲାଗି ୨୦୩୦ ହେବ ବନ୍ୟାର ଦଶକ, ଦେଶ ଦୁନିଆ ଦେଖିବ ଜଳ ପ୍ରଳୟ

Published By : Prameya-News7 Bureau | July 25, 2021 IST

ନୂଆଦିଲ୍ଲୀ ୨୫।୭:  ସୌରମଣ୍ଡଳରେ ସୂର୍ଯ୍ୟଙ୍କୁ ଯେଉଁ କକ୍ଷରେ ଚନ୍ଦ୍ର ପ୍ରଦିକ୍ଷଣ କରୁଛନ୍ତି ତାହା ଆଦୌ ସମତଳ ନୁହେଁ। ଏଣୁ ଚନ୍ଦ୍ର ପରିକ୍ରମା କାଳରେ କକ୍ଷପଥରେ ସାମାନ୍ୟ ତଳଉପର ହୋଇ ଦୋହଲି ଥାନ୍ତି। ଚନ୍ଦ୍ରଙ୍କ କକ୍ଷପଥ ସମ୍ପର୍କରେ ୧୭୨୮ ମସିହାରେ ପ୍ରଥମ ଥର ଜଣାପଡିଥିଲା। ଏଥିରୁ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା) ଏବଂ ହାୱାଇ ବିଶ୍ୱବିଦ୍ୟାଳୟଙ୍କ ଏକ ଗବେଷଣରୁ ଚନ୍ଦ୍ର ପରିକ୍ରମାର ୧୮.୬ ବର୍ଷିୟ ଚକ୍ରରେ ପ୍ରବେଶ କରିବାକୁ ଯାଉଥିବା ଜଣାପଡିଛି। ଯାହାର ସିଧା ପ୍ରଭାବ ଏବେ ପୃଥିବୀର ପାଣିପାଗ ଉପରେ ପଡିବ ବୋଲି ନାସା ସତର୍କ କରାଇଛନ୍ତି।

{"id":485664,"width":837,"height":394,"sizeSlug":"large","linkDestination":"none"}

 ନାସା ଓ ହୱାଇ ବିଶ୍ୱବିଦ୍ୟାଳୟଙ୍କ ଅଧ୍ୟୟନ ଅନୁସାରେ ୨୦୩୦ଦଶକ ମଧ୍ୟ ବେଳକୁ ଦେଶ ଦୁନିଆରେ ବନ୍ୟାସ୍ଥିତି ଜଟିଳ ହେବ। କାରଣ କକ୍ଷ ପଥରେ ଚନ୍ଦ୍ର ପରିକ୍ରମାର ଏକ ଭିନ୍ନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଯାହାର ସିଧା ସମ୍ପୃକ୍ତି ବିଶ୍ୱର ଜଳବାୟୁ ପରିବର୍ତ୍ତନ ସମେତ ସମୁଦ୍ରରେ ଜଳପତ୍ତନ ବୃଦ୍ଧି ସହ ରହିଛି। ଏହି ଅଧ୍ୟୟନ ଆମେରିକାରେ କରାଯାଇଛି। ଏମିତିରେ ପ୍ରସ୍ତର ଯୁଗରୁ ବନ୍ୟାର ଐତିହାସିକ ପ୍ରମାଣ ଓ ଆକଳନ ରହି ଆସିଛି। ଯାହାକୁ ଅନୁମାନ କରି ଏବେବି ଲୋକେ ଆଗମୀ ବନ୍ୟାର ଆଭାସ ପାଇ ପାରୁଛନ୍ତି।

{"id":485665,"sizeSlug":"large","linkDestination":"none"}

ଏମିତିରେ ଲୋକେ ଅଭିଜ୍ଞତା ଆଧାରରେ ମଧ୍ୟ ଉପକୂଳରେ ବନ୍ୟା ନେଇ ପୂର୍ବାଭାସ ଦେଇ ପାରୁଛନ୍ତି। ତେବେ ସମୁଦ୍ର ଜଳ ପତ୍ତନରେ ସାମାନ୍ୟ ବୃଦ୍ଧି ଏକ ଛୋଟ ଝଡ଼ ମଧ୍ୟ ଏବେ ଆମଲାଗି ବିଶାଳ ଜଳ ପ୍ରଳୟ ଆଣିଦେବ ବୋଲି ଆଶଙ୍କା କରାଯାଉଛି। ଯାହା ଆମ ଲାଗି ବିଶାଳ ବିପର୍ଯ୍ୟୟ ମଧ୍ୟ ହୋଇପାରେ। ଏଥିରେ ଚନ୍ଦ୍ର ଯେତେବେଳେ ତାଙ୍କର ଏହି ବିଶେଷ କକ୍ଷପଥରେ ପରିକ୍ରମଣ କରିବେ ସେତେବେଳେ ଜଲବାୟୁରେ ଭୀଷଣ ପରିବର୍ତ୍ତନର ଆଶଙ୍କାକୁ ଏବେ ଏଡାଇ ଦିଆଯାଇ ନପାରେ।

{"id":485668,"sizeSlug":"large","linkDestination":"none"}

ଏଣୁ ୧୮.୬ ବର୍ଷର ଏହି ପରିକ୍ରମଣ ଚକ୍ରକାଳରେ କିଛି ବର୍ଷ ପର୍ଯ୍ୟନ୍ତ ସମୁଦ୍ରରେ  ପୂର୍ବରୁ ଉଠୁଥିବା  ଜୁଆର ତୁଳନାରେ ଅଧିକ ଉଚ୍ଚ ଜୁଆର ଆସିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଯାହା ବିଶ୍ୱର ଉପକୂଳ ସହରାଞ୍ଚଳ ଓ ଜନବସତୀ ଲାଗି ବିପଦର କାରଣ ହୋଇପାରେ। ଏଣୁ ଲୋକଙ୍କୁ ଏବେଠୁ ପାଣି ସହିତ ବଞ୍ଚିବା ଲାଗି ଉପାୟ ଶିଖିବାକୁ ହେବ ବୋଲି କୁହାଯାଇପାରେ। 

{"id":485672,"width":837,"height":474,"sizeSlug":"large","linkDestination":"none"}

ଏଥିରେ ବିଶ୍ୱର ନେଦରଲ୍ୟାଣ୍ଡ ସବୁଠୁ ଅନୁଭବୀ ଦେଶ।  ଏହି ଦେଶ ଏବେବି ବନ୍ୟାର ସାମଗ୍ରିକ ପ୍ରଭାବ ହ୍ରାସ ଲାଗି ଉପାୟ ଖୋଜିବାରେ ଲାଗିଛି। ଯେଉଁଥିରେ ନେଦରଲ୍ୟାଣ୍ଡ ଅଧିକ ନମନୀୟ ଭବନ ନିର୍ମାଣର ଡିଜାଇନ କରୁଥିବା ବେଳେ ବାରମ୍ବାର ବନ୍ୟା ଆସୁଥିବା ସ୍ଥାନରେ ସହରିକରଣ ଓ ଭିତ୍ତିଭୂମି ବିକାଶ ବନ୍ଦ କରି ଦେଇଛି।  ଏହାର ଅର୍ଥ ଯେବେବି ବନ୍ୟା ଆସୁ ଭିତ୍ତିଭୂମିକୁ  ଯେପରି ପ୍ରଭାବିତ ନକରୁ । ଯଦି ବା ହୁଏ ଏଥିରେ ଯେପରି କମ କ୍ଷତି ହୁଏ ଯାହା ଭରଣା କରାଯାଇପାରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.