ପ୍ରତିରୋଧକ କ୍ଷମତା ବୃଦ୍ଧି ସହ ଭଲ ନିଦ ପାଇଁ ପ୍ରସ୍ତୁତ କରନ୍ତୁ ହେଲ୍ଦି ଡ୍ରିଙ୍କ୍ 'ମୁନ୍ ମିଲ୍କ୍'

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭/୦୭ : କରୋନା କାଳରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାକୁ ଅନେକ ଅଭ୍ୟାସ ଅନୁସରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଉଛନ୍ତି | ଘରେ ସ୍ୱାସ୍ଥ୍ୟକର ପାନୀୟ ପ୍ରସ୍ତୁତ କରି ସେବନ କରାଯାଇପାରେ | ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଆପଣ ପ୍ରତିଦିନ ରାତିରେ ସ୍ୱାସ୍ଥ୍ୟକର ପାନୀୟ ସେବନ କରିପାରିବେ | ଦିନ ସାରା କାମ କରିବା ପରେ ରାତିରେ ଭଲ ନିଦ ମଧ୍ୟ ଆବଶ୍ୟକ | ସେଥିପାଇଁ ନିଜକୁ ଫିଟ ରଖିବାକୁ ଦିନକୁ ୭ ଘଣ୍ଟା ଶୋଇବା ଉଚିତ | କିନ୍ତୁ ବେଳେବେଳେ ରାତିରେ ନିଦ ନ ହେବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଅଧିକ ଚିନ୍ତା ହେଲେ ଭଲ ନିଦ ହୋଇନଥାଏ | ଭଲ ନିଦ ନ ହେଲେ ପ୍ରତିରୋଧକ କ୍ଷମତା ମଧ୍ୟ ଦୁର୍ବଳ ହୋଇପଡେ | ଭଲ ନିଦ ପାଇଁ ଏବଂ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ଏକ ସ୍ୱାସ୍ଥ୍ୟକର ପାନୀୟ ରାତିରେ ଶୋଇବା ପୂର୍ବରୁ ସେବନ କରିପାରିବେ | ଏହାକୁ ମୁନ୍ ମିଲ୍କ କହିପାରିବେ | କ୍ଷୀରରେ ଅଶ୍ଵଗନ୍ଧା, ଜାଇଫଳ, ହଳଦୀ ଆଦି ମିଶ୍ରଣ କରି ଏହାକୁ ପ୍ରସ୍ତୁତ କରାଯାଇଥାଏ | ଏହା ଶରୀର ଓ ମନକୁ ଆରମ୍ଭ ଦେବା ସହ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ | ଏହି ଡ୍ରିଙ୍କ ଇନ୍ଦ୍ରିୟକୁ ଶାନ୍ତ ରଖିଥାଏ | ଅଶ୍ଵଗନ୍ଧା, ଜାଇଫଳ, ହଳଦୀରେ ଅନେକ ପୋଷାକ ତତ୍ୱ ରହିଛି ଯାହା ଶରୀର ପାଇଁ ହିତକର |

{"id":306325,"width":575,"height":383,"sizeSlug":"large"}

ଡ୍ରିଙ୍କରେ ସାମିଲ ଏହିସବୁ ପଦାର୍ଥର କଣ ରହିଛି ଫାଇଦା

୧. କ୍ଷୀର - କ୍ଷୀରରେ ପ୍ରଚୁର ମାତ୍ରାରେ ଏମିନୋ ଏସିଡ ରହିଛି ଯାହା ନିଦ ପାଇଁ ଲାଭଦାୟକ | କ୍ଷୀରରେ ଏନଙ୍କ ଆବଶ୍ୟକ ପୋଷାକ ତତ୍ୱ ରହିଛି ଯେପରିକି ପ୍ରୋଟିନ, ଭିଟାମିନ, କ୍ୟାଲସିୟମ | ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇ ଶୋଇଲେ ଭଲ ନିଦ ହୋଇଥାଏ |

୨. ଅଶ୍ଵଗନ୍ଧା - ପାରମ୍ପରିକ ଜଡିବୁଟି ଓ ନିଜର ଔଷଧୀୟ ଗୁଣ ପାଇଁ ପରିଚିତ ଅଶ୍ଵଗନ୍ଧା | ଏହା ଶରୀରରେ ଯେକୌଣସି ପ୍ରକାର ଚିନ୍ତା ଓ ଅବସାଦ ସହ ଲଢ଼ିବାରେ ସାହାଯ୍ୟ କରିଥାଏ | ଏହା ଶରୀରର କାର୍ଯ୍ୟକଳାପକୁ ମଧ୍ୟ ସନ୍ତୁଳିତ କରିଥାଏ | ଏହାର ଚେର ସାଧାରଣତଃ ବିଭିନ୍ନ ଆୟୁର୍ବେଦିକ ଔଷଧରେ ବ୍ୟବହାର ହୋଇଥାଏ | ପ୍ରତିରକ୍ଷା, ଶକ୍ତି ଓ ଜୀବନ ଶକ୍ତି ସହାୟକ ଭାବେ ଅଶ୍ଵଗନ୍ଧା ଜଣାଶୁଣା |

{"id":306328,"width":572,"height":381,"sizeSlug":"large"}

୩. ହଳଦୀ - ସାଧାରଣତଃ ସମସ୍ତ ଭାରତୀୟ ବ୍ୟଞ୍ଜନରେ ହଳଦୀ ବ୍ୟବହାର କରାଯାଇଥାଏ | ବ୍ୟଞ୍ଜନରେ ହଳଦୀର ଏକ ମୁଖ୍ୟ ଭୂମିକା ରହିଛି | ହଳଦୀ ଆଣ୍ଟିଆକ୍ସିଡେଣ୍ଟ, ଏଣ୍ଟି ଇନଫ୍ଲାମେଟରୀ ଓ ପ୍ରତିରୋଧକ ଶକ୍ତି ବଢାଇବା ଗୁଣରେ ଭରପୁର | ହଳଦୀରେ କାରମେଟିକ ପ୍ରଭାବ ରହିଥାଏ ଯାହା ହଜମ କ୍ରିୟାରେ ସାହାଯ୍ୟ କରିଥାଏ | ହଜମ ପ୍ରକ୍ରିୟା ସୁସ୍ଥ ରହିଲେ ଶରୀର ମଧ୍ୟ ସୁସ୍ଥ ରହେ |

୪. ଜାଇଫଳ - ଜାଇଫଳ ଶରୀର ପାଇଁ ଅତ୍ୟନ୍ତ ହିତକର | ଏହା ନିଦର ଗୁଣ ସୁଦୃଢ କରିବାରେ ସାହାଯ୍ୟ କରିଥାଏ | ଜାଇଫଳ ଯୌନ କ୍ଷମତା ବଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ |

{"id":306326,"width":562,"height":374,"sizeSlug":"large"}

ଜାଣନ୍ତୁ ସ୍ୱାସ୍ଥ୍ୟକର ପାନୀୟ ତିଆରି ବିଧି :

ହେଲ୍ଦୀ ଡ୍ରିଙ୍କ ତିଆରି ପାଇଁ ଆବଶ୍ୟକ  ଗୋଟିଏ ଗ୍ଲାସ କ୍ଷୀର, ଅଧା ଚାମଚ ଅଶ୍ଵଗନ୍ଧା ପାଉଡର, ଅଧା ଚାମଚ ହଳଦୀ ପାଉଡର, ଏକ ଚୁଟକୀ ଅଶ୍ଵଗନ୍ଧା ପାଉଡର, ଖାଇବା ନଡ଼ିଆ ତେଲ ଏକ ଚାମଚ (ଅପ୍ସନ)

କ୍ଷୀରକୁ କମ ଆଞ୍ଚରେ ଗରମ କରିବେ | ଏଥିରେ ଅଶ୍ଵଗନ୍ଧା, ହଳଦୀ ଓ ଜାଇଫଳ ମିସାଇବେ | ଏହାପରେ ଆଞ୍ଚ ବନ୍ଦ କରି ଘୋଡେଇ ଦେବେ | ଗରମ କ୍ଷୀରରେ ସମସ୍ତ ମସଲାକୁ ଭଲ ଭାବେ ୫-୧୦ ମିନିଟ ପାଇଁ ମିଶିବାକୁ ଛାଡ଼ିଦେବେ | ନଡ଼ିଆ ତେଲ ପକାଇ ଭଲ ଭାବେ ଫେଣ୍ଟିଦେବେ | ନିଜ ଇଛା ଅନୁସାରେ କ୍ଷୀରରେ ଅଳ୍ପ ମାତ୍ରାରେ ଚିନି କିମ୍ବା ମହୁ ମିଶାଇ ପାରିବେ | ଏହାପରେ ଶୋଇବା ପୂର୍ବରୁ ଏହି କ୍ଷୀର ସେବନ କରି ଶୋଇବାକୁ ଯିବେ | ଭଲ ନିଦ ସହ ପ୍ରତିରୋଧକ କ୍ଷମତା ମଧ୍ୟ ବଢାଇବ |

(ବି: ଦ୍ର: ଏହା ସାଧାରଣ ସୂଚନା ଉପରେ ଆଧାରିତ | ବ୍ୟବହାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.