ମିଶନ ଚନ୍ଦ୍ରଯାନ-୨ ଅଭିଯାନର ନେତୃତ୍ବ ନେଉଥିବା ଏହି ମହିଳାଙ୍କ ବିଷୟରେ ଜାଣନ୍ତୁ

Published By : Prameya-News7 Bureau | July 14, 2019 IST

ଲକ୍ଷ୍ମୌ୧୪|୭:  ବହୁ ବର୍ଷ ପରେ ଚନ୍ଦ୍ରଯାନ -୨ ରବିବାର ଓ ସୋମବାର ଅର୍ଥାତ ଜୁଲାଇ ୧୪ ଓ ୧୫ ରାତି ପ୍ରାୟ ୨.୫୧ ମିନିଟରେ  ଯାତ୍ରା ଆରମ୍ଭ ହେବ। ଏହା ଦେଶ ପାଇଁ ସବୁଠାରୁ ଗର୍ବର କଥା ହେଲେ ଉତ୍ତର ପ୍ରଦେଶ ପାଇଁ ଏହି ଖୁସି ଦ୍ବିଗୁଣିତ ହେବ।

{"id":133674}

 ଏହି ଚନ୍ଦ୍ରଯାନ-୨ରେ ଉତ୍ତରପ୍ରଦେଶ ରିତୁ କାରିଧାଲଙ୍କ ନେତୃତ୍ବରେ ଉତକ୍ଷେପଣ ହେବ। ରିତୁ କାରିଧାଲ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର । ଭାରତର ରକେଟ୍ ମହିଳା ଭାବରେ ରିତୁ କାରିଧାଲ ପରିଚିତ । ମଙ୍ଗଳ ଅଭିଯାନ ଲାଗି ପୂର୍ବରୁ ସେ ଇସ୍ରୋ ଟିମ୍ ପୁରସ୍କାର ସହ ୦୦୭ ମସିହାରେ ଯୁବ ବୈଜ୍ଞାନିକ ପୁରସ୍କାର ମଧ୍ୟ ପାଇଛନ୍ତି ।ଉତ୍ତର ପ୍ରଦେଶର ଲକ୍ଷ୍ମୌରେ ରହୁଥିବା ରିତୁ ନିଜର ଇଚ୍ଛାଶକ୍ତି ବଳରେ ଏହି ସ୍ଥାନରେ ପହଞ୍ଚିଛି। ଏହି କ୍ଷେତ୍ରରେ ସଫଳତା ପାଇବା ପାଇଁ ସେ  ଆଇଆଇଟି ପଛରେ ପଡ଼ିନଥିଲେ। ବରଂ ଏହି ଦିଗରେ ନିଜର ଜ୍ଞାନ ବଢ଼ାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ।

{"id":133675}

ରିତୁଙ୍କ କହିବାନୁଯାୟୀ, ତାଙ୍କ ମନରେ ଥିବା ପ୍ରଶ୍ନ ଏହି ଦିଗରେ ଯିବା ପାଇଁ ଆକର୍ଷଣ କରିଥିଲା। ସେ ସବୁବେଳେ ଭାବୁଥିଲେ, ଏହି ଘନ ଅନ୍ଧାର ଆକାଶ ପଛରେ କଣ ଅଛି? ବିଜ୍ଞାନ ମୋର ପାଇଁ ଆବଶ୍ୟକ ନଥିଲା। ବରଂ ମୁଁ ISRO  ପାଇଁ ପ୍ରୋଜେକ୍ଟ କରିଛି। ତା ପରେ ମୋତେ ମଙ୍ଗଳଯାନ ଅପରେସନର  ଉପ- ନିର୍ଦ୍ଦେଶିକା ଭାବେ ଦାୟିତ୍ବ ଦିଆଯାଇଥିଲା। ଏହା ମୋ ପାଇଁ ବଡ଼ ସଘର୍ଷ ଥିଲା। ରିତୁ ଜୀବନଶୈଳୀ ଅତି ସାଧାରଣ ଥିଲା।

{"id":133677}

ଲକ୍ଷ୍ମୌ ଏକ ମଧ୍ୟବିତ୍ତ ପରିବାରରେ ବଢ଼ିଥିଲେ ରିତୁ। ରିତୁ ସ୍ଥାନୀୟ ନବଯୁଗ ବାଳିକା ମହାବିଦ୍ୟାଳୟରେ କଲେଜ ପାଠ ପଢ଼ା ସାରିବା ପରେ ଉଚ୍ଚ ଶିକ୍ଷା ପାଇଁ ଲକ୍ଷ୍ମୌରେ ବିଶ୍ବବିଦ୍ୟାଳୟ ନାମ ଲେଖାଇଥିଲେ। ରତୁ ଗେଟ୍ ପାଇବା ପରେ ବେଙ୍ଗାଲୁରରେ ଆଇଆଇସିଏସ ପାଠ୍ୟକ୍ରମ ନାମ ଲେଖାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏରୋସ୍ପେସ ଇଞ୍ଜିନିରଂ କଲେଜ ପାଠ ପଢ଼ିଥିଲେ। ପରେ ୧୯୯୭ ରେ ସେ ISRO ରେ ଯୋଗ ଦେଇଥିଲେ

{"id":133676}

ଏଥିସହ ରତୁ ଲକ୍ଷ୍ମୌ ପାଠ ପଢ଼ା ସରିବା ପରେ ଏହି କଲେଜ ପିଲାଙ୍କୁ ମଧ୍ୟ ବିଜ୍ଞାନ ବିଭାଗରେ ପାଠ ପଢ଼ାଇବା ସୁଯୋଗ ମିଳିଥିଲା। ଲକ୍ଷ୍ମୌର ରାଜାଜୀପୁରମରେ ରିତୁଙ୍କ ଘର। ବାପା ଓ ମାଆଙ୍କ ଦେହାନ୍ତ ପରେ ରିତୁ ସାନ ଭଉଣୀ ଓ ଭାଇଙ୍କ କଥା ବୁଝିବା ସହ ନିଜର ସଘର୍ଷ ଜାରି ରଖିଥିଲେ। ନିଜ ଇଚ୍ଛାଶକ୍ତି ବଳରେ ରିତୁ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.