ବର୍ବାଦ ରାସ୍ତାରେ ପାକିସ୍ତାନ, ସତର୍କ କଲେ ‘ମୁଡିଜ୍’

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ : ବିଶ୍ୱର ବିଭିନ୍ନ ଦେଶଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ନଜର ରଖୁଥିବା ‘ମୁଡିଜ୍ କ୍ରେଡିଟ୍ ରେଟିଂ’ ପାକିସ୍ତାନକୁ ତାର ଦୁର୍ବଳ ଆର୍ଥିକ ଅବସ୍ଥାକୁ ନେଇ ଚେତାବନୀ ଜାରି କରିଛି । ଏଥିରେ ଆଗକୁ ଦେଶର ଆର୍ଥିକ ସଙ୍କଟ ଅଧିକ ଗୁରୁତର ହେବ ବୋଲି  ମୁଡିଜ୍ ପାକିସ୍ତାନକୁ ଚେତାଇ ଦେଇଛି । ପାକିସ୍ତାନ ଏବେ ବିଶ୍ୱର ଏଭଳି ଦେଶଙ୍କ ସୂଚୀରେ ସାମିଲ ହୋଇଯାଇଛି ଯେଉଁ ଦେଶମାନେ ବିଦେଶୀ କରଜ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଏହି ଦେଶମାନଙ୍କର ଋଣ ପରିଷୋଧ କ୍ଷମତା ହ୍ରାସ ହେଉଥିବା ବା ଆଦୌ ନଥିବା ଏବେ ଚିନ୍ତାର କାରଣ ପାଲଟିଛି।

{"id":157225,"width":580,"height":387}

ପାକିସ୍ତାନ ଅର୍ଥନୀତି ବି ଏବେ କରଜ ଉପରେ ନିର୍ଭର କରୁଛି। ଅନ୍ୟପକ୍ଷରେ ଦେଶର ଋଣ ସୁଝିବାର କ୍ଷମତା କ୍ରମାଗତ ହ୍ରାସ ହେଉଛି ବୋଲି ମୁଡିଜ୍ କହିଛନ୍ତି। ଗୋଟିଏ ପଟେ ଦେଶର କରଜ ନିର୍ଭରତା ବଢିଚାଲିଥିବା ବେଳେ ବିଦେଶୀ ମୁଦ୍ରାଭଣ୍ଡାର ହ୍ରାସ ପାକିସ୍ତାନ ଭଳି ଅନେକ ଦେଶଙ୍କର ଆର୍ଥିକ ଅବସ୍ଥାକୁ ଶୋଚନୀୟ କରିଦେଇଛି। ଏଣୁ ଏହି ସବୁ ଦେଶମାନଙ୍କର ରେଟିଂ  ନେଗେଟିଭ ହେବାରେ ଲାଗିଛି। ଏଥିରେ ପାକିସ୍ତାନର ରେଟିଂ ବି-୩ ନେଗେଟିଭ ଥିବା ମୁଡିଜ୍ ସୂଚୀତ କରିଛି। ଯାହାକି ଅର୍ଥ ବ୍ୟବସ୍ଥାର ଚରମ ପରିସ୍ଥିତି ବୋଲି ଜଣାଇଦେଇଛି।

{"id":157226,"width":583,"height":318}

କେବଳ ପାକିସ୍ତାନ ନୁହେଁ  ଜାମାଇକା (ବି-୨ ପଜେଟିଭ), ଘାନା ବି-୩(ଷ୍ଟେବଲ), ଅଙ୍ଗୋଲା ବି-୩ (ଷ୍ଟେବଲ) ଓ ଟ୍ୟୁନିସିଆ ବି-୩ (ନେଗେଟିଭ) ଆଦି ଦେଶଙ୍କୁ ମଧ୍ୟ ମୁଡିଜ୍ ସତର୍କ କରାଇଛନ୍ତି । ନିକଟରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି  (ଆଇଏମଏଫ)ରୁ ୬ ବିଲିୟନ ଡଲାର ଋଣ ଆଣିଥିଲା। ଗତ କିଛି ବର୍ଷ ହେଲା ପାକିସ୍ତାନର କରେଣ୍ଟ ଆକାଉଣ୍ଟ ଘାଟା ବଢିବଢି ଚାଲିଛି। ଦେଶର ଆମଦାନୀ ବୃଦ୍ଧି ହେଉଛି ହେଲେ  ରପ୍ତାନୀ ବଢୁନି। ଏଣୁ ଆଇଏମଏଫ ପାକିସ୍ତାନକୁ କରେଣ୍ଟ ଆକାଉଣ୍ଟ ଘାଟା ହ୍ରାସ କରିବାକୁ କଡାକଡି ଭାବେ କହିଛନ୍ତି। 

{"id":157228}

ଆଇଏମଏଫରୁ ପାକ୍ ଏପର୍ଯ୍ୟନ୍ତ ୨୧ଥର ଋଣ ଆଣିଛି। ଦେଶର ରାଜସ୍ୱ ଆୟ ଋଣର ସୁଧ ସୁଝିବାରେ ଖର୍ଚ୍ଚ ହୋଇଯାଉଛି। ଏଥିରେ ମିତ୍ର ଦେଶ ଚୀନ ଓ ସାଉଦୀଆରବରୁ ଆଣିଥିବା କରଜ ବୋଝଉପରେ ନଳିତା ବିଡା ହୋଇଛି। ପାକିସ୍ତାନ ଉପରେ ଏବେ ୯୦ ବିଲିୟନ ଡଲାର ବିଦେଶୀ ଋଣ ରହିଛି। ଯାହା ଜିଡିପିର ୭୦ ପ୍ରତିଶତରେ ପହଞ୍ଚିଲାଣି। ଦେଶର ଦୁର୍ବଳ ଆର୍ଥିକ ଅବସ୍ଥାକୁ ରାଷ୍ଟ୍ରପତି ଆରିଫ ଅଲୱି ମଧ୍ୟ ସ୍ୱୀକାର କରିଛନ୍ତି। ଗୁରୁବାର ଆରିଫ ସଂସଦକୁ ସଂବୋଧନ କରି ଦେଶ ଗୁରୁତର ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରୁଥିବା କହିଥିଲେ। ଏଥିଲାଗି ସେ ସରକାରୀ ଭ୍ରଷ୍ଟାଚାର ହିଁ ମୁଖ୍ୟତଃ ଦାୟି ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.