Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

କରୋନାରେ ଦେଶର ଅର୍ଥବ୍ୟବସ୍ଥା ବେହାଲ: ଭାରତର ଆନୁମାନିକ ଅଭିବୃଦ୍ଧି ହାର ୦.୨ ପ୍ରତିଶତକୁ ହ୍ରାସ କଲା ମୁଡିଜ୍

28/04/2020 at 9:59 PM

ନୂଆଦିଲ୍ଲୀ ୨୮।୦୪: ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ୍ ମଙ୍ଗଳବାର ଆର୍ଥିକ ବର୍ଷ ୨୦୨୦ ପାଇଁ ଭାରତର ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ କରି ୦.୨ ପ୍ରତିଶତ କରିଛି। ଯାହା ପୂର୍ବେ ମାର୍ଚ୍ଚରେ ୨.୫ ପ୍ରତିଶତ ରହିବ ବୋଲି ଅନୁମାନ ପ୍ରକାଶ କରିଥିଲା। ମୁଡିଜ ଆଶା ରଖିଛି ଯେ, ୨୦୨୧ରେ ଭାରତର ଅଭିବୃଦ୍ଧି ହାର ୬.୨ ପ୍ରତିଶତ ରହିପାରେ।  ମୁଡିଜ୍  ଗ୍ଲୋବାଲ ମ୍ୟାକ୍ରୋ ଆଉଟ୍‌ଲୁକ୍‌ ୨୦୨୦-୨୧ ପାଇଁ ୨୦୨୦ରେ ଜି ୨୦ ଦେଶର ଅଭିବୃଦ୍ଧି ହାର ୫.୮ ପ୍ରତିଶତ ହ୍ରାସ କରିଛି।

ମୁଡିଜ୍ ଅନୁଯାୟୀ କରୋନା ଭାଇରସ୍‌ ସଙ୍କଟ କାରଣରୁ ବୈଶିକ ଅର୍ଥବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ରିପୋର୍ଟରେ ଅନୁମାନ କରାଯାଇଛି  ଯେ, ଜି ୨୦ ଦେଶର ଅଭିବୃଦ୍ଧି ହାର ସାମୂହିକ ଭାବେ ୫.୮ ପ୍ରତିଶତ ହ୍ରାସ ଘଟିବ। ଏପରିକି ଅନେକ ସୁଧାର ପରେ ମଧ୍ୟ ଅଗ୍ରଣୀ ଅର୍ଥବ୍ୟବସ୍ଥା ଦେଶର ଅଭିବୃଦ୍ଧି ହାର କରୋନା ଭାଇରସ୍‌ ପୂର୍ବର ତୂଳନାରେ କମ ରହିବାର ଅନୁମାନ କରାଯାଇଛି।

ମୁଡିଜ୍ ନିଜର ରିପୋର୍ଟରେ କହିଛି ଯେ, ୨୦୨୦ରେ ଚୀନର ଅଭିବୃଦ୍ଧି ହାର ୧ ପ୍ରତିଶତ ରହିପାରେ। ମୁଡିଜ୍ କହିଛି ଯେ, ଭାରତ ଦେଶବ୍ୟାପୀ ଲକ୍‌ଡାଉନ୍‌ ୨୧ ଦିନ ବଢାଇ ୪୦ ଦିନ କରି ଦେଇଛି। ମାତ୍ର ଏପ୍ରିଲ ଶେଷ ଆଡକୁ କୃଷି କାର୍ଯ୍ୟ ପାଇଁ ଗ୍ରାମାଞ୍ଚଳରେ ଲକ୍‌ଡାଉନ୍‌ରୁ ରିହାତି ଦିଆଯାଇଛି। ଦେଶ ଏହା ସୁନିଶ୍ଚିତ କରିଛି ଯେ, ଏହାର ଅନେକ ଭାଗ ଭାଇରସ୍‌ ମୁକ୍ତ ରହିଛି। ଭାରତ ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍ ଖୋଲିବାକୁ ଅନେକ ଯୋଜନା ପ୍ରସ୍ତୁତ କରିଛି।

   Related Posts