Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆର୍ଥିକ ପ୍ୟାକେଜ୍‌ରେ ବି ମିଳିବନି ଅଧିକ ସୁଫଳ ! ୫ ପ୍ରତିଶତ ଖସିପାରେ ଦେଶର ଅର୍ଥ ବ୍ୟବସ୍ଥା

19/05/2020 at 4:09 PM

ନୂଆଦିଲ୍ଲୀ ୧୯।୦୫: ଦେଶର ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି କେନ୍ଦ୍ର ସରକାର ମୋଟ୍ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିଲେ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ୫ ଦିନ ସାମ୍ବାଦିକ ସମ୍ମିଳନୀ କରି ଆର୍ଥିକ ରିଲିଫ ପ୍ୟାକେଜ୍‌ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।

ମାତ୍ର ଦୁନିଆର ଚର୍ଚ୍ଚିତ ରେଟିଂ ଏଜେନ୍ସି ମୁଡିଜ୍ ଇନଭେଷ୍ଟର୍ସ ଆଶଙ୍କା ପ୍ରକାଶ କରିଛି ଯେ, ଏହି ଆର୍ଥିକ ପ୍ୟାକେଜ୍‌ରେ କୋଭିଡ୍-୧୯ର ନକରାତ୍ମକ ପ୍ରଭାବ ସଂପୂର୍ଣ୍ଣ ଭାବେ ସମାପ୍ତ ହେବ ନାହିଁ। ଅନ୍ୟପଟେ ଆମେରିକାର ବ୍ରୋକରେଜ୍‌ ଗୋଲ୍ଡମ୍ୟାନ୍ ସାକ୍ସର କହିବା କଥା ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ ୫ ପ୍ରତିଶତ ହ୍ରାସ ଘଟିବ। ଏହା ଭାରତର ଗୋଟିଏ ବର୍ଷ ଭିତରେ ଅର୍ଥନୀତିରେ ସବୁଠୁ ଖରାପ ପ୍ରଦର୍ଶନ ହେବ।

କଣ କହୁଛି ମୁଡିଜ୍ ?

ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ୍ କହିଛି, ସରକାରଙ୍କ ଦ୍ଵାରା ନିକଟରେ ଘୋଷିତ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍‌ ଦ୍ଵାରା ବିତୀୟ ସଂସ୍ଥା ପାଇଁ ନଗଦରେ ଆର୍ଥିକ ସମସ୍ୟା କିଛିଟା ହ୍ରାସ ପାଇବ, ମାତ୍ର କୋଭିଡ୍-୧୯ର ନକରାତ୍ମକର ପ୍ରଭାବ ସଂପୂର୍ଣ୍ଣ ଭାବେ ଶେଷ ହେବ ନାହିଁ। ସରକାରଙ୍କ ସଂପ୍ରତି ଆର୍ଥିକ ପଦକ୍ଷେପରେ ବିତ୍ତୀୟ କ୍ଷେତ୍ର ପାଇଁ ପରିସଂପତ୍ତିରେ ରିସ୍କକୁ କମ୍ କରିବାରେ ସାହାଯ୍ୟ ମିଳିବ। କିନ୍ତୁ ଏହା କରୋନା ମହାମାରୀର ନକରାତ୍ମକ ପ୍ରଭାବରୁ ସଂପୂର୍ଣ୍ଣ ମୁକୁଳି ପାରିବ ନାହିଁ।

ଅର୍ଥବ୍ୟବସ୍ଥାରେ ୫ ପ୍ରତିଶତ ହ୍ରାସ ପାଇବ

ଆମେରିକାର ବ୍ରୋକରେଜ୍ କମ୍ପାନୀ ଗୋଲ୍ଡମ୍ୟାନ୍‌ ସାକ୍ସର ରିପୋର୍ଟ ଅନୁଯାୟୀ ଆର୍ଥିକ ମୋର୍ଚ୍ଚାରେ ଭାରତର ପ୍ରଦର୍ଶନ ଗୋଟିଏ ବର୍ଷରେ ସବୁଠୁ ଖରାପ ସ୍ଥିତିରେ ରହିବ। ପ୍ରଥମ ତ୍ରୈମାସ(ଏପ୍ରିଲ-ଜୁନ)ରେ ଗତ ବର୍ଷର ଚତୁର୍ଥ ତ୍ରୈମାସ(ଜାନୁଆରୀ-ମାର୍ଚ୍ଚ) ତୂଳନାରେ ଭାରତତ ସକଳ ଘରୋଇ ଉତ୍ପାଦ(ଜିଡିପି)ରେ ୪୫ ପ୍ରତିଶତ ହ୍ରାସ ପାଇପାରେ। ଲକ୍‌ଡାଉନ୍‌ କାରଣରୁ ଆର୍ଥିକ ଗତିବିଧି କ୍ରମାଗତ ବନ୍ଦ ରହିବା କାରଣରୁ ଏହି ସ୍ଥିତି ଉପୁଜିଛି।

ଗୋଲ୍ଡମ୍ୟାନ୍‌ ସାକ୍ସର କହିବା କଥା କାମ ଆରମ୍ଭ ହେବା ମାତ୍ରେ ଜିଡିପିରେ ସୁଧାର ଆସିବ। ଏହି ସଂସ୍ଥା ପୂର୍ବରୁ ୦.୪ ପ୍ରତିଶତ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଥିଲା। ପରେ ଏହାକୁ ବଢାଇ ପାଞ୍ଚ ପ୍ରତିଶତ କରିଛି।

   Related Posts