ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 31, 2020 IST

ଭୁବନେଶ୍ବର ୩୧/୧୨: ଭୁବନେଶ୍ବରରେ ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ। କୋଭିଡ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାରେ ଶତାଧିକ କରୋନା ଯୋଦ୍ଧା ସହିଦ ହୋଇଛନ୍ତି । ସେମାନଙ୍କ ସମ୍ମାନାର୍ଥେ ସ୍ମୃତି ସ୍କାରକୀ ନିର୍ମାଣ କରାଯିବ। ଏହି ସ୍ମାରକୀରେ ପ୍ରାଣ ହରାଇଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କ ନାଁ ଲିପିବଦ୍ଧ କରାଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ପାଇଁ ନିୟୋଜିତ ପୋଲିସ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ସାମ୍ବାଦିକ, କୋଭିଡ ପରିଚାଳନରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ମିଳିଛି। କରୋନା ପରିଚାଳନାରେ ନିଜକୁ ସମର୍ପଣ କରିଦେଇଥିବା ଯୋଦ୍ଧାଙ୍କ ପ୍ରାଣ ମଧ୍ୟ ନେଇଛି କରୋନା ଭୂତାଣୁ। କରୋନା ଯୁଦ୍ଧରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।  ସହିଦ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପାଇଁ ସ୍ମାରକୀ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

କରୋନା କାଳରେ ସଂକ୍ରମିତ ହୋଇ ଶତାଧିକ କରୋନା ଯୋଦ୍ଧା ସହିଦ ହୋଇଛନ୍ତି। ସେମାନଙ୍କୁ ମନେ ରଖିବା ତଥା ସମ୍ମାନ ପାଇଁ ସ୍ମାରକୀର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେଣୁ ନିର୍ମାଣ ହେବାକୁ ଥିବା ସ୍ମାରକୀରେ ସମସ୍ତ ସହିଦ କରୋନା ଯୋଦ୍ଧାଙ୍କ ନାଁ ଲିପିବଦ୍ଧ ହୋଇ ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.