ରାତି ପାହିଲେ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’କୁ ପୁରିବ ମାସେ, ପୁରୀରେ ଏଯାଏଁ ସ୍ବାଭାବିକ ହୋଇପାରିଲାନି ସ୍ଥିତି

Published By : Prameya-News7 Bureau | June 02, 2019 IST

ପୁରୀ ୨|୬: ରାତି ପାହିଲେ ପ୍ରଳୟଙ୍କାରୀ ବାତ୍ୟାକୁ ମାସେ ହେବ। ହେଲେ ପୁରୀରେ ଏଯାଏଁ ସ୍ଥିତି ସ୍ବାଭାବିକ ହୋଇପାରିଲାନି । ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ, ସହରକୁ ମଧ୍ୟ ଏଯାଏଁ ଶତ ପ୍ରତିଶତ ବିଜୁଳି ଯୋଗାଣ ହୋଇନି । ତେବେ ସ୍ଥିତି ସୁଧାରିବାକୁ ପ୍ରଶାସନ ଜୋରସୋର ଲାଗିଛି ।

{"id":118754}

ରାତି ପାହିଲେ ଫୋନିକୁ ମାସେ ହେବ । ପ୍ରକୃତିର କରାଳ ରୂପ ସବୁ ଛାରଖାର କରିଦେଲା । ୪ ଘଣ୍ଟାର ତାଣ୍ଡବ ଉଜାଡିଦେଇଗଲା ପୁରୀ ସହରକୁ । ବେଳାଭୂମି ରାସ୍ତା ସଂପୂର୍ଣ୍ଣ ବାଲିଚରରେ ପରିଣତ ହୋଇଥିଲା । ତେବେ ପୁଣି ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି ପୁରୀ ।

{"id":118774}

ବାତ୍ୟା ପରବର୍ତ୍ତୀ ରିଲିଫ ଏବଂ ପୁନର୍ଗଠନ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ପ୍ରଶାସନ । ବେଳାଭୂମିରେ ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀ ଧୀରେ ଧୀରେ ସେମାନଙ୍କ ପସରା ମେଲେଇଲେଣି । ଚକ୍ରତୀର୍ଥ ରୋଡ୍ ଏବଂ ବେଳାଭୂମି ଅଞ୍ଚଳରେ କିଛି ହୋଟେଲ ଖୋଲିଛି । ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟଟକ ବି ଧୀରେ ଧୀରେ ପୁରୀ ମୁହାଁ ହୋଇଛନ୍ତି ।

{"id":118758}

ବାତ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ୱାର୍ଡ ଏବଂ ବସ୍ତି ବାସିନ୍ଦା କିନ୍ତୁ ଏଯାଏଁ ରିଲିଫ ପାଇପାରିନାହାଁନ୍ତି ।ରାସନ କାର୍ଡ ନଥିବା ଅଧିକାଂଶ ହିତାଧିକାରୀ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି କେହି ଜଣେ ମଧ୍ୟ ଘର ଭଂଗା ସହାୟତା ପାଇନାହାନ୍ତି । ଘର ସଂପୂର୍ଣ୍ଣ ଉଜୁଡ଼ିଯାଇଥିବାରୁ ୩ଟି ପରିବାର ଏବେ ମଧ୍ୟ ମଙ୍ଗଳାଘାଟ ପ୍ରାଥମିକ ସ୍କୁଲରେ ପିଲାଙ୍କ ସହ ଆଶ୍ରୟ ନେଇଛନ୍ତି ।

{"id":118761}

ବାତ୍ୟାର କରାଳ ରୂପ ଏଯାଏଁ ମନରୁ ଲିଭିନି । ତଥାପି ପୁଣି ସ୍ବାଭାବିକତା ଆଡ଼କୁ ମୁହାଁଇଚାଲିଛି ପୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.