Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ନର ରାକ୍ଷସକୁ ହତ୍ୟା- ମଧ୍ୟ ପ୍ରଦେଶରେ ମା, ଉଭଣୀ ଓ ଭାଇର ସ୍ତ୍ରୀକୁ ଦୁଷ୍କର୍ମ ପରେ- ଯୁବକକୁ ହତ୍ୟା କଲେ ପରିବାର ଲୋକ

19/11/2019 at 4:42 PM

ଭୋପାଳ – ମଧ୍ୟ ପ୍ରଦେଶରେ ଲଜ୍ଜା । ନିଶାସକ୍ତ ଅବସ୍ଥାରେ ସମ୍ପର୍କ ଭୁଲି ଘର ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ୨୪ ବର୍ଷୀୟ ଯୁବକ । ଯୁବକର ଆତଙ୍କରେ ଅତିଷ୍ଠ ହୋଇ ପରିବାର ଲୋକ ଶେଷରେ ତାକୁ ହତ୍ୟା କରିଛନ୍ତି । ମଧ୍ୟପ୍ରଦେଶର ଦୈତାରେ ନିଶାଗ୍ରସ୍ତ ଅବସ୍ଥାରେ ଏହି ବ୍ୟକ୍ତି ନିଜ ମା, ଭଉଣୀ ଓ ସାନ ଭାଇର ସ୍ତ୍ରୀକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ।

ପୁଣିଥରେ ସେ ସାନଭାଇର ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ତା ବାପାଙ୍କ ସହ ଅନ୍ୟମାନେ ମିଶି ତାକୁ ହତ୍ୟା କରିଥିଲେ । ପରେ ଗୋପାଳ ଦାସ ପାହାଡରେ ତାର ମୃତ ଦେହକୁ ଫିଙ୍ଗି ଦେଇଥିଲେ । ସେ ନଭେମ୍ବର ୧୧ ତାରିଖରେ ପୁଣି ଦୁଷ୍କର୍ମ ଉଦ୍ୟମ କରିଥିଲା । ପରିବାର ଲୋକଙ୍କ ଭୟଭୀତ କରିବା ପରେ ସେ ଏପରି କରୁଥିଲା । ଏଥିରେ ଅତିଷ୍ଟ ହୋଇ ପରିବାରର ୪ଜଣ ମିଶି ତାକୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ତାର ମୃତ ଦେହକୁ ପାହାଡ ନିକଟରେ ଫିଙ୍ଗି ଦେଇଥିଲେ ।

ପୁଲିସ ମୃତ ଦେହ ପାଇବା ପରେ ଘଟଣା ସମ୍ପର୍କରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ପରିବାର ଲୋକଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା । ସେମାନେ ପୁଲିସକୁ ଯେଉଁ ଘଟଣା କହିଥିଲେ । ତାହା ଶୁଣି ପୁଲିସ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେମାନଙ୍କୁ ଗିରଫ କରିଛି ପୁଲିସ । ଯୁବକର ବାପା ତାକୁ ଗଳା ଚିପି ହତ୍ୟା କରିଥିବା ପୁଲିସ କହିଛି ।

   Related Posts