ଦକ୍ଷିଣ ଭାରତରେ ସକ୍ରିୟ ମୌସୁମୀ : ୧୪ ଯାଏଁ ଓଡିଶାରେ ପ୍ରଚଣ୍ଡ ତାତି, ପଶ୍ଚିମ ଓଡିଶାରେ ତାପମାତ୍ରା ୪୬ ଡିଗ୍ରୀ ଟପିବା ସମ୍ଭାବନା

Published By : Prameya-News7 Bureau | June 10, 2019 IST

ଭୁବନେଶ୍ୱର ୧୦/୬ : ମୌସୁମୀ ଏବେ ସକ୍ରିୟ ରହିଛି । ମୌସୁମୀ କେରଳରେ ପ୍ରବେଶ କରିସାରିଛି । ଆସନ୍ତା ୭ଦିନ ମଧ୍ୟରେ ମୌସୁମୀ ଓଡିଶାରେ ପ୍ରବେଶ କରିବାର ସମ୍ଭାବନା କ୍ଷୀଣ । ଦକ୍ଷିଣ ଭାରତ ସମେତ ଆରବ ସାଗର ଉପକୂଳ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଥିବାରୁ ଲାକ୍ଷାଦ୍ଵୀପ, କେରଳ, କର୍ଣ୍ଣାଟକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ମଧ୍ୟ ମୌସୁମୀ ସକ୍ରିୟ ରହିଛି । ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ତ୍ରିପୁରାରେ ଅତି ପ୍ରବଳ ବର୍ଷା ହୋଇପାରେ ।

{"id":121658}

୧୩ ତାରିଖ ପର୍ଯ୍ୟନ୍ତ ମୌସୁମୀ ମନ୍ଥର ଗତିରେ ଆଗକୁ ବଢିବା । ତେଣୁ ଓଡିଶାରେ ଶୀଘ୍ର ପ୍ରବେଶ କରିବାର ସମ୍ଭାବନା ନାହିଁ । ଉତ୍ତର ପଶ୍ଚିମ ଭାରତରେ ଏବେ ମଧ୍ୟ ତାତି ଲାଗିରହିଛି । ଓଡିଶାରେ ୧୪ ତାରିଖ ଯାଏଁ ପ୍ରଚଣ୍ଡ ତାତି ଅନୁଭୂତ ହେବ । ପଶ୍ଚିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ଟପିବା ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଡେଇଁବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.