ମୌସୁମୀ ହଟିବା ସହ ମଧ୍ୟପ୍ରଦେଶରେ ଖସୁଛି ତାପମାତ୍ରା, ଏଥର ସଅଳ ଶୀତ

Published By : Prameya-News7 Bureau | October 09, 2021 IST

ଭୋପାଲ ୯।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ଚଳିତବର୍ଷ ଫେରିବାରେ ବିଳମ୍ବ କରିଛି। ନିୟମିତ ସମୟର ୧୦ରୁ ୧୨ ଦିନ ପରେ ମୌସୁମୀ ପ୍ରତ୍ୟାହାର ଆରମ୍ଭ ହୋଇଥିବା ବେଳେ ମଧ୍ୟପ୍ରଦେଶର ବିଶାଳ କ୍ଷେତ୍ରରୁ ବିଦାୟ ନେଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଭୋପାଳ କାର୍ଯ୍ୟାଳୟ ଶନିବାର ସୂଚିତ କରିଛନ୍ତି। ରାଜ୍ୟରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ସମ୍ପୂର୍ଣ୍ଣ ଅପସରିଯିବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ପି.କେ. ଶାହା କହିଛନ୍ତି। ଏଣୁ ଶୀତ ଆଗମନର ସୂଚନା ମିଳିଲାଣି।

ମଧ୍ୟପ୍ରଦେଶର ଅଧିକାଂଶ ସ୍ଥାନରେ ସକାଳର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ହୋଇଛି। ଏଣୁ ସଅଳ ଶୀତର ପୂର୍ବାନୁମାନ କରିଛନ୍ତି। ଶନିବାର ସକାଳେ ରାଜଧାନୀ ଭୋପାଳର ତାପମାତ୍ରା ୨୧.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ୨-୩ ଦିନ ପୂର୍ବରୁ ଏଠାରେ ଦିନର ତାପମାତ୍ରା ୨୪ ଡିଗ୍ରି ପାଖାପାଖି ରହୁଥିଲା। କେବଳ ଭୋପାଳ ନୁହେଁ ରାଜ୍ୟର ଇନ୍ଦୋର, ଗ୍ୱାଲିୟର ଓ ଜବଲପୁରରେ ମଧ୍ୟ ସକାଳର ତାପମାତ୍ରା ହ୍ରାସ ହୋଇଛି।

{"id":524871,"width":841,"height":828,"sizeSlug":"full","linkDestination":"none"}
Credit: IMD

ସେହିପରି ମଣ୍ଡଲା, ଛତ୍ରପୁର ଓ ରାୟସେନରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯିବା ଶୀତ ଆଗମନର ସୂଚନା ବୋଲି ଏବେ ବିଶ୍ୱାସ କରାଯାଉଛି। ତେବେ ମଧ୍ୟପ୍ରଦେଶରେ ଦିନର ସର୍ବାଧିକ ତାପମାତ୍ରା ବଢିବା ଆରମ୍ଭ ହୋଇଯାଇଛି। ଆକାଶ ସଫା ରହୁଥିବାରୁ ଦିନରେ ଅଧିକ ସୂର୍ଯ୍ୟକିରଣ ପଡୁଛି। ଏଣୁ ତାପମାତ୍ରା ବଢୁଥିବା ଶାହ କହିଛନ୍ତି। ଚଳିତ ମୌସୁମୀରେ ମଧ୍ୟପ୍ରଦେଶ ହାରାହାରିଠାରୁ ସାମାନ୍ୟ ଅଧିକ ବର୍ଷା ପାଇଛି।

ଜୁନ-ସେପ୍ଟେମ୍ବର ମୌସୁମୀରେ ମଧ୍ୟପ୍ରଦେଶ ସାଧାରଣତଃ ୯୪୦.୬ ମିଲିମିଟର ବର୍ଷା ପାଇଥାଏ। ହେଲେ ଚଳିତବର୍ଷ ୯୪୫.୨ମିଲିମିଟର ବର୍ଷା ହୋଇଛି। ଏହି ସମୟରେ ରାଜ୍ୟର ୧୧ ଜିଲ୍ଲା ସାଧାରଣଠାରୁ ଅଧିକ ବର୍ଷା ପାଇଥିବା ବେଳେ ୯ ଜିଲ୍ଲାରେ ସାଧାରଣରୁ କମ ବର୍ଷା ହୋଇଛି। ବର୍ଷା ଯୋଗୁ ଗ୍ୱାଲିୟର ଓ ଚମ୍ୱଲରେ ଚଳିତବର୍ଷ ବନ୍ୟା ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.